ଭୁବନେଶ୍ବର: ରାଶିଫଳ ପ୍ରସ୍ତୁତ କରିବାବେଳେ ଗ୍ରହ ଏବଂ ନକ୍ଷତ୍ର ସହିତ ପଞ୍ଚାଙ୍ଗର ଗଣନା ବିଶ୍ଳେଷଣ କରାଯାଇଥାଏ । ଗ୍ରହ ଏବଂ ତାରାଗୁଡ଼ିକର ଗତିବିଧି ଉପରେ ଆଧାର କରି ଦୈନିକ ରାଶିଫଳ ପ୍ରସ୍ତୁତ କରାଯାଇଥାଏ । ତେବେ ଜାଣନ୍ତୁ ଆଜିର ରାଶିଫଳରେ ଆପଣଙ୍କ ଚାକିରି, ବ୍ୟବସାୟ, କାରବାର, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ ଦିନସାରା ଘଟୁଥିବା ଶୁଭ ଏବଂ ଶୁଭ ଘଟଣା । ତେବେ ଆଜି 4 ରାଶିର ପାଇଁ ବିପଦର ସମ୍ଭାବନା ରହିଛି ।
ମିଥୁନ ରାଶି- ଆଜି ଦିନଟି ଭଲରେ ଯିବ ନାହିଁ । କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଥିଲେ ଆଜି କରନ୍ତୁ ନାହିଁ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଅର୍ଥ ହାନି ହେବ । ଅନୈତିକ ଏବଂ ବେଆଇନ୍ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।
ତୁଳା- ଆଜି ସାବଧାନର ଦିନଟିଏ । ସ୍ବାସ୍ଥ୍ୟଗତ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦେହ ଓ ମନ ଭଲ ରହିବ ନାହିଁ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ । ଅଫିସରେ ଅପମାନିତ ହେବାକୁ ପଡିପାରେ ।
ବିଛା-ବେପାର ଭଲ ହେବନି । ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । କୋର୍ଟ କଚେରୀ କାର୍ଯ୍ୟରେ ଆପଣ ଆଜି ନିରାଶ ହେବେ । ବାହାରକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ମୀନ- ଆଜି ପରିବାରରେ ଅଶାନ୍ତି ଦେଖାଦେଇପାରେ । କୌଣସି ବିଷୟକୁ ନେଇ ପରିବାରରେ ସ୍ବାମୀ ସ୍ତ୍ରୀ ଭିତରେ କଳହ ହେବ । କୌଣସି ଅଶୁଭ ଖବର ପାଇବେ । କୌଣସି ବ୍ୟାପାରରେ ପଇସା ଲଗାନ୍ତୁ ନାହିଁ ।