GATE 2025: ନଭେମ୍ବର ୧୦ ପର୍ଯ୍ୟନ୍ତ ବଢ଼ିଲା ଆପ୍ଲିକେସନ ଫର୍ମ ସଂଶୋଧନର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ଗ୍ରାଜୁଏଟ ଆପ୍ଲିଟ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ ପାଇଁ ରେଜିଷ୍ଟ୍ରେସନ କରୁଥିବା ପ୍ରାର୍ଥୀମାନେ ନିଜର ଆପ୍ଲିକେସନ ଫର୍ମରେ ସଂଶୋଧନ କରିପାରିବେ । ଆପ୍ଲିକେସନ ଫର୍ମ ସଂଶୋଧନ କରିବାର ଅନ୍ତିମ ତାରିଖ ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ରୁରକୀ (ଆଇଆଇଟିଆର) ପକ୍ଷରୁ ଆଜିଠାରୁ କରେକ୍ସନ ୱିଣ୍ଡୋ ଓପନ କରାଯାଇଛି । ପୂର୍ବରୁ ନଭେମ୍ବର ୬ ପର୍ଯ୍ୟନ୍ତ ୱିଣ୍ଡୋ ଓପନ ରହିବାକୁ ଥିବାବେଳେ ଏବେ ତାହାକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି । ତେବେ ଏଥିପାଇଁ ଲେଟ୍ ଫିସ୍ ଦେବାକୁ ପଡ଼ିବ ।

ଗେଟ ୨୦୨୫ ପାଇଁ ରେଜିଷ୍ଟ୍ରେସନ କରିବାକୁ ଥିବା ପ୍ରାର୍ଥୀମାନେ ଯଦି ନିଜର ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଚାହିଁବେ, ତେବେ ସେମାନେ ଅଫିସିଆଲ ୱେବସାଇଟ୍ https://gate2025.iitr.ac.in/ କୁ ଯାଇ ନଭେମ୍ବର ୧୦ ପର୍ଯ୍ୟନ୍ତ ତାହା କରିପାରିବେ । ପ୍ରାର୍ଥୀମାନେ ଆବଦେନ ଫର୍ମରେ ନାମ, ଜନ୍ମ ତାରିଖ, ପରୀକ୍ଷା ସହରର ବିକଳ୍ପ, ବର୍ତ୍ତମାନ ପେପରରେ ପରିବର୍ତ୍ତନ, ଅନ୍ୟ ପେପର ଯୋଡ଼ିବା ଆଦି ପରିବର୍ତ୍ତନ କରିପାରିବେ । ଗୋଟିଏ ପରିବର୍ତ୍ତନ ପାଇଁ ୫୦୦ ଟଙ୍କାର ଶୁଳ୍କ ଭରଣା କରିବାକୁ ପଡ଼ଇବ । କରେକ୍ସନ ୱିଣ୍ଡୋ ବନ୍ଦ ହେବା ପରେ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ ।