ଏକ୍ସ-ବୟଫ୍ରେଣ୍ଡଠାରୁ ଏପରି ପ୍ରତିଶୋଧ ନେଲା ଯୁବତୀ, ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନୂଆଦିଲ୍ଲୀ: ନାଇଜେରିଆର ଏଡୋ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ନିଜ ଏକ୍ସ ବା ପୁରୁଣା ପ୍ରେମିକଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ‘କିଲର ସୁପ’ ଦେଇଛନ୍ତି। ଏହି ଭୟଙ୍କର ସୁପରେ ସେ ବିଷ ମିଶାଇଥିଲେ। ଯେଉଁଥିରେ ପିଇବା ପରେ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି। ଝିଅଟି ପୂର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେବା ପାଇଁ ଏହି ଭୟଙ୍କର ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସେହି ପୂର୍ବତନ ପ୍ରେମିକଙ୍କ ସହ ନିରୀହ ଲୋକଙ୍କର ମଧ୍ୟ ଜୀବନ ଚାଲିଯାଇଛି।

ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି। ସୁପକୁ ଏକ ପାରିବାରିକ କାର୍ଯ୍ୟକ୍ରମରେ ପରସା ଯାଇଥିଲା, ଯେଉଁଠାରେ ଏକ୍ସ-ବୟଫ୍ରେଣ୍ଡ ବ୍ୟତୀତ ଅହୁରି ଲୋକେ ଉପସ୍ଥିତ ଥିଲେ। ଯେତେବେଳେ ସେ ସୁପ ପିଇଥିଲେ ସେମାନଙ୍କୁ ଅସହଜ ଅନୁଭବ ହୋଇଥିଲା ଏବଂ କିଛି ସମୟରେ ସେମାନଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା। ଏହି ଭୟଙ୍କର ଘଟଣାରେ କେବଳ ସ୍ଥାନୀୟ ଲୋକଙ୍କୁ ନୁହେଁ, ବରଂ ଏହା ମଧ୍ୟ ଦେଖାଯାଇଛି ଯେ, ବ୍ୟକ୍ତିଗତ ଶତ୍ରୁତା କେଉଁ ସୀମା ପର୍ଯ୍ୟନ୍ତ ଯାଇପାରେ।

ଏହି ଯୁବତୀ ଜଣକ କେବଳ ନିଜ ଏକ୍ସ-ବୟଫ୍ରେଣ୍ଡକୁ ଟାର୍ଗେଟ କରିଥିଲା, ହେଲେ ଅଜାଣତରେ ସେ ଅନ୍ୟ ଚାରି ଜଣଙ୍କ ଜୀବନ ନେଇଛି। ସେହି ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ପ୍ରେମିକର ଭାଇ ଥିଲେ ଏବଂ ଅନ୍ୟ ଦୁଇ ଜଣ ସାଙ୍ଗ ଥିଲେ। ସେ ନିଜେ ସେହି ସୁପ ପିଇବା ସହ ନିଜ ସାଙ୍ଗମାନଙ୍କୁ ପିଇବାକୁ ଦେଇଥିଲେ। ଯେଉଁ କାରଣରୁ ଲୋକଙ୍କର ମୃତ୍ୟୁ ଘଟିଛି।