ଘରେ ଗାଡ଼ି ଠିଆ ହୋଇଥିଲେ ବି କଟିବ ଚାଲାଣ! ଜାଣନ୍ତୁ କ’ଣ ଏହି E-Challan Scam, କେମିତି ବଞ୍ଚିବେ?

ଓଡ଼ିଶା ଭାସ୍କର: ଟ୍ରାଫିକ ନିୟମ ଦିନକୁ ଦିନ କଠୋର କରୁଛନ୍ତି ସରକାର । ରାସ୍ତାରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ନିୟମରେ ଲଗାତାର ପରିବର୍ତ୍ତନ ଆସୁଛି । ଏହାପରେ ବି ଲୋକେ ଟ୍ରାଫିକ ନିୟମ ଭାଙ୍ଗିବା ସହ ଚାଲାଣର ଶିକାର ହେଉଛନ୍ତି । ତେବେ ବର୍ତ୍ତମାନ ଘରେ ଠିଆ ହୋଇଥିବା ଗାଡ଼ି ଉପରେ ମଧ୍ୟ ଚାଲାଣ କଟିପାରେ । ଗାଡ଼ି ବାହାରକୁ ବାହାରି ନଥିଲେ ମଧ୍ୟ ଟ୍ରାଫିକ ଚାଲାଣ କଟିବା ନେଇ ଆପଣଙ୍କ ନମ୍ବରକୁ ମେସେଜ ଆସିପାରେ । ଇ-ଚାଲାଣ ସ୍କାମ ଜରିଆରେ ଲୋକଙ୍କୁ ଠକିବାର ଏକ ନୂଆ ଫର୍ମାଟ ଆପଣାଇଛନ୍ତି ସାଇବର ଠକ ।

ଇ-ଚାଲାଣ ସ୍କାମ୍ ଜରିଆରେ ସାଧାରଣ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଠକିବାକୁ ଚେଷ୍ଟା କରାଯାଉଛି । ଏହାଦ୍ୱାରା ଲୋକଙ୍କୁ ବିଶ୍ୱାସ କରି ଦିଆଯାଉଛି ଯେ, ସେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ଏବଂ ତାଙ୍କୁ ଏହାର ଚାଲାଣ ଦେବାକୁ ପଡ଼ିବ । ଏଥିପାଇଁ ଆପଣଙ୍କ ନମ୍ବରକୁ ଏସଏମଏସ ଜରିଆରେ ଏକ ଲିଙ୍କ କିମ୍ବା ଫୋନ୍ ନମ୍ବର ଆସିପାରେ । ତେବେ ଆପଣ ଯଦି ଏହି ଲିଙ୍କରେ କ୍ଲିକ କରୁଛନ୍ତି କିମ୍ବା ଦିଆ ଯାଇଥିବା ନମ୍ବରରେ କଲ୍ କରୁଛନ୍ତି, ତେବେ ଆପଣଙ୍କ ପର୍ସନାଲ ଡିଟେଲ୍ସ ଏବଂ ବ୍ୟାଙ୍କ ଡିଟେଲ୍ସ ଚୋରି ହୋଇପାରେ ଏବଂ ଆପଣ ଏକ ବଡ଼ ସାଇବର ଠକାମୀର ଶିକାର ହୋଇପାରନ୍ତି । ତେବେ କେମିତି ମଞ୍ଚିବେ ଏଭଳି ଘଟଣାରୁ…

ଏଭଳି କିଛି ମେସେଜ ଆସିଲେ, ଏଥିରେ ଥିବା ଲିଙ୍କରେ କ୍ଲିକ କରନ୍ତୁ ନାହିଁ । କୌଣସି ଅଜ୍ଞାତ ସୋର୍ସ ତରଫରୁ ଏଭଳି ଇ-ମେଲ କିମ୍ବା ଏସଏମଏସ ମିଳିଲେ ଏଥିରୁ ଦୂରେଇ ରୁହନ୍ତୁ । ଲିଙ୍କ ଉପରେ କ୍ଲିକ କଲେ, ଆପଣ ଏକ ଫର୍ଜି ୱେବସାଇଟରେ ପହଞ୍ଚିପାରନ୍ତି । ଏହା ଅଫିସିଆଲ ୱେବସାଇଟ ପରି ଦେଖାଯାଏ । କିନ୍ତୁ ଏହା ସ୍କାମର୍ସ ମାନଙ୍କ ଦ୍ୱାରା ଲୋକମାନଙ୍କୁ ଫ୍ରଡ୍ ର ଶିକାର କରିବା ପାଇଁ ଡିଜାଇନ୍ କରାଯାଇଛି ।

ଯଦି ଆପଣଙ୍କୁ ଲାଗୁଛି ଯେ, ଆପଣଙ୍କୁ ପ୍ରକୃତରେ କୌଣସି ଚାଲାଣ ମିଳିଛି, ତେବେ ସିଧାସଳଖ ଏହା ସମ୍ବନ୍ଧୀୟ ବିଭାଗର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ଏବଂ ଏଠାରେ ଆପଣଙ୍କ ନାମରେ ଥିବା ଚାଲାଣ ବିଷୟରେ ଜାଣିପାରିବେ । ଏଥିପାଇଁ ଆପଣଙ୍କ ନାମ, ଠିକଣା, ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର, କ୍ରେଡିଟ କାର୍ଡ ନମ୍ବର ଇତ୍ୟାଦି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । କୌଣସି ବ୍ୟକ୍ତି ବା ସଂସ୍ଥାକୁ ନିଜର ବ୍ୟାଙ୍କ ଡିଟେଲ୍ସ, ବ୍ୟାଙ୍କ ଡିଟେଲ୍ସ କିମ୍ବା କ୍ରେଡିଟ କାର୍ଡ ଡିଟେଲ୍ସ ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟା ସେୟାର କରନ୍ତୁ ନାହିଁ ।

ଆପଣଙ୍କ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନରେ ଏକ ଶକ୍ତିଶାଳୀ ଆଣ୍ଟିଭାଇରସ୍ ସଫ୍ଟଓୟାର ସଂସ୍ଥାପନ କରନ୍ତୁ ଏବଂ ଏହାକୁ ନିୟମିତ ଭାବରେ ଅପଡେଟ୍ କରନ୍ତୁ । ଆପଣଙ୍କର ସମସ୍ତ ଅନଲାଇନ୍ ଆକାଉଣ୍ଟ୍ ପାଇଁ ଏକ ଶକ୍ତିଶାଳୀ ପାସୱାର୍ଡ ମଧ୍ୟ ସୃଷ୍ଟି କରନ୍ତୁ । ଆପଣ ଦୁଇଟି ଫ୍ୟାକ୍ଟର୍ ପ୍ରାମାଣିକିକରଣକୁ ମଧ୍ୟ ସକ୍ଷମ କରିପାରିବେ ।