ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟିମ ୨୫ ରନରେ ବିଜ ହାସଲ କରିଛି। ଟିମ ଇଣ୍ଡିଆକୁ ୨୪ ବର୍ଷ ପରେ କ୍ଲିନ ସ୍ୱିପର ସାମ୍ନା କରିବାକୁ ପଡିଛି। ତେବେ ନ୍ୟୁଜିଲ୍ୟାଣ୍ଡର ବିଜୟରେ ସ୍ପିନ୍ ବୋଲରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।
ଟେଷ୍ଟ ମ୍ୟାଚର ତୃତୀୟ ଦିନର ମୁକାବିଲା ରୋମାଞ୍ଚକର ଥିଲା। ଟିମ ଇଣ୍ଡିଆ ଲଞ୍ଚ ବ୍ରେକ ପର୍ଯ୍ୟନ୍ତ ୬ ୱିକେଟ ହରାଇ ୯୨ ରନ କରିଥିଲା। ୧୪୭ ରନକୁ ଟାର୍ଗେଟ କରି ଟିମ ଇଣ୍ଡିଆକୁ ସେହି ସମୟରେ ମାତ୍ର ୫୫ ରନର ଆବଶ୍ୟକତା ଥିଲା। ଭାରତକୁ ଟେଷ୍ଟ ମ୍ୟାଚରେ ଘରୋଇ ମଇଦାନରେ ମାତ୍ର ଦ୍ୱିତୀୟ ଥର କ୍ଲିନ ସ୍ୱିପ ହେବାକୁ ପଡିଛି। ନ୍ୟୁଜିଲ୍ୟାଣ୍ଡ ବେଙ୍ଗଲୁରୁରେ ହୋଇଥିବା ପ୬ଥମ ଟେଷ୍ଟରେ ୮ ୱିକେଟରେ ଜିତିଥିଲା। ପୁଣେରେ ହୋଇଥିବା ମୁକାବିଲାରେ କିୱି ଟିମ ୧୧୩ ରନରେ ବିଜୟୀ ହୋଇଥିଲା। ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ଟମ ଲାଥମଙ୍କ ଟିମ ବିଜେତା ହୋଇଛି। ଏହା ପୂର୍ବରୁ ୨୦୦୦ ମସିହାରେ ପ୍ରଥମଥର ଭାରତୀୟ ଟିମ ଟେଷ୍ଟ ମ୍ୟାଚରେ ଘରୋଇ ମଇଦାନରେ କ୍ଲିନ ସ୍ୱିପ ହୋଇଥିଲା। ସେତେବେଳେ ସାଉଥ ଆଫ୍ରିକା ୨ଟି ମ୍ୟାଚର ଟେଷ୍ଟ ସିରିଜକୁ ୨-୦ରେ ନିଜ ନାମରେ କରିଥିଲା। ପ୍ରଥମ ଥର ଟିମ ଇଣ୍ଡିଆ ଘରେ ତିନି ବା ଏହାଠାରୁ ଅଧିକ ମ୍ୟାଚର ସିରିଜରେ କ୍ଲିନ ସ୍ୱିପ ହୋଇଛି।
ନ୍ୟୁଜିଲ୍ୟାଣ୍ଡ ପାଇଁ ସ୍ପିନ ବୋଲର ଏଜାଜ ପଟେଲ ୬ ୱିକେଟ ନେଇଥିଲେ। କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ମ୍ୟାଟ ହେନରୀ ଆଉଟ କରିଥିଲେ। ଏହାପରେ ଏଜାଜ ପଟେଲ ଲଗାତାର ୱିକେଟ ନେବା ଆରମ୍ଭ କରିଥିଲେ। ଶୁଭମନ ଗିଲ ଗୋଟିଏ ରନ କରି ବୋଲ୍ଡ ହୋଇଥିଲେ। ୨୯ ରନରେ ୫ ୱିକେଟ ଯିବା ପରେ ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଇଂନିସ ସମ୍ଭାଳିଥିଲେ। ପନ୍ତ ମୁକ୍ତ ଭାବେ ସଟ୍ ଖେଳିଥିଲେ। ରବିନ୍ଦ୍ର ଜାଡେଜା (୬) ୭୧ ସ୍କୋରରେ ପାଭିଲିୟନକୁ ଫେରିଥିଲେ।