ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ପାଇଁ ସଠିକ ପିଚ୍ ଚୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ସମୟରେ ପିଚ୍ ବିଜୟ ଏବଂ ପରାଜୟର ନିଷ୍ପତ୍ତି କରିଥାଏ । ଅପଣ ଜାଣିଛନ୍ତି କି ପିଚକୁ ଖରାପ କରିବା ବେଆଇନ୍ ଅଟେ । ଏହି ନିୟମ ଉଲଂଘନ ପାଇଁ ବିଶେଷ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା କ୍ରିକେଟରେ ଏହି ନିୟମ ଉଲଂଘନକୁ ନେଇ କ’ଣ ଦଣ୍ଡବିଧାନ ରହିଛି ।
ପିଚ୍ ଖରାପ ହେଲେ କ’ଣ ହୋଇଥାଏ ?
କୌଣସି ପିଚ୍ ଖରାପ ହେଲେ ତାହା କ୍ରୀଡ଼ା ପାଇଁ ଉପଯୁକ୍ତ ବିବେଚିତ କରାଯାଇନଥାଏ । ଉଦାହରଣ ସ୍ୱରୂପ ପିଚ୍ ଅଧିକ ଶୁଖିଲା କିମ୍ବା ଓଦା ରହିଲେ ବା ଅଧିକ ବାଉନ୍ସ ହେଲେ ତାହା ଖରାପ ପିଚକୁ ଦର୍ଶାଇଥାଏ । ତେବେ ଆସନ୍ତୁ ଜାଣିବା ପିଚକୁ ନେଇ କ’ଣ ନିୟମ ରହିଛି ? କେହି ପିଚ୍ ଖରାପ କଲେ ଏଥିପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ ରହିଛି । ଆନ୍ତର୍ଜାତିକ କ୍ରିକେଟ ପରିଷଦ(ଆଇସିସି) ପିଚ୍ ଗୁଡ଼ିକର ରେଟିଂ ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିଛି । ଅତି ଉତ୍ତମ, ହାରାହାରି/ସନ୍ତୋଷଜନକ, ହାରାହାରି ତଳେ/ଅସନ୍ତୁଷ୍ଟ ଏବଂ ଅନୁପଯୁକ୍ତ ବର୍ଗ ଅନ୍ତର୍ଗତ ପିଚକୁ ରେଟିଂ କରାଯାଇଥାଏ । ତେବେ କୌଣସି ପିଚ୍ ଖରାପ ସ୍ଥିତିରେ ଥିଲେ ସେହି ଷ୍ଟାଡିୟମକୁ ଡିମେରିଟ୍ ପଏଣ୍ଟ୍ସ ଦିଆଯାଇଥାଏ । ଏଭଳି ସ୍ଥିତିରେ କୌଣସି ଷ୍ଟାଡିୟମ ଅନେକ ଗୁଡ଼ିଏ ଡିମେରିଟ୍ସ ପଏଣ୍ଟ ହାସଲ କଲେ ଉକ୍ତ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ଏହା ବ୍ୟତୀତ ଜରିମାନା ମଧ୍ୟ ଲାଗୁ କରାଯାଇଥାଏ ।
ଅପରପକ୍ଷରେ ଆଇସିସି ନିୟମ ଅନୁଯାୟୀ ଏପରି ପିଚ୍ ଯେଉଁଠି ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ସମାନ ମୁକାବଲା ହୋଇନଥାଏ, ବ୍ୟାଟ୍ସମ୍ୟାନ କିମ୍ବା ବୋଲର/ ସ୍ପିନର ଯେକୌଣସି ଜଣଙ୍କୁ ପିଚରୁ ଅଧିକ ଲାଭ ମିଳୁଥିବ, ବ୍ୟାଟ୍ସମ୍ୟାନ୍ ଅଧିକ ରନ୍ ସଂଗ୍ରହ କରିବାରେ ଅସମର୍ଥ ହେଉଥିବେ ତାହାକୁ ଖରାପ ଦର୍ଶାଯାଇଛି । ଏହା ବାଦ୍ ଆଇସିସି ଷ୍ଟାଡିୟମ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିପାରନ୍ତି । ତେବେ ଅଧିକାଂଶ ସମୟରେ ଖରାପ ପାଗ ଯୋଗଁ ମଧ୍ୟ ପିଚ୍ ଖରାପ ହେବାର ସମ୍ଭାବନା ରହିଥାଏ ।