ନଭେମ୍ବର ୫ ତାରିଖରେ UPI ସେବା ବନ୍ଦ ରହିବ! କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କଲା ବ୍ୟାଙ୍କ

ନୂଆଦିଲ୍ଲୀ: ଏଚଡିଏଫସିର ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା । ଦୁଇଦିନ ପର୍ଯ୍ୟନ୍ତ ବ୍ୟାଙ୍କର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବା ଉପଲବ୍ଧ ହେବ ନାହିଁ । ଏହି ଅବଧିରେ ଏଚଡିଏଫସି ବ୍ୟାଙ୍କର ଚଳନ୍ତି ଖାତା ଓ ବଚତ ଖାତା ବା ରୂପେ କ୍ରେଡିଟ କାର୍ଡ ଉପରେ ଫାଇନାନ୍ସ, ନନ-ଫାଇନାନ୍ସ ୟୁପିଆଇ କାରବାର ହୋଇ ପାରିବ ନାହିଁ । କିଛି ଘଣ୍ଟା ପାଇଁ ଏହି ସେବା ବନ୍ଦ ରହିବ ଓ ତା’ପରେ ପୂର୍ବ ପରି କାମ କରିବ ବୋଲି ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଅଫିସିଆଲ ଭାବେ ୱେବସାଇଟରେ ଏକ ସୂଚନା ଜାରି କରାଯାଇଛି ।

ବ୍ୟାଙ୍କର ସୂଚନା ମୁତାବକ, ନଭେମ୍ବର ୫ ଓ ୨୩ର ପ୍ରାରମ୍ଭିକ ସମୟରେ ମେଣ୍ଟେନାନ୍ସ କାରଣରୁ ୟୁପିଆଇ ସେବା ବନ୍ଦ ରହିବ । ନଭେମ୍ବର ୫ ଓ ୨୩ରେ ଅସ୍ଥାୟୀ ଭାବେ ଏହି ସେବା ବନ୍ଦ ରହିବ । ନଭେମ୍ବର ୫ରେ ୨ ଘଣ୍ଟା ପାଇଁ ଓ ୨୩ରେ ୩ ଘଣ୍ଟା ପାଇଁ ଏହି ସେବା ଉପଲବ୍ଧ ହେବ ନାହିଁ । ବ୍ୟାଙ୍କି ସେବାକୁ ଉତ୍ତମ କରିବା ପାଇଁ ଆବଶ୍ୟକ ସିଷ୍ଟମ କାର୍ଯ୍ୟ କରାଯାଉଛି । ନଭେମ୍ବର ୫ ତାରିଖ ରାତି ୧୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଓ ୨୩ ତାରିଖରେ ରାତି ୧୨ଟାରୁ ରାତି ୩ଟା ପର୍ଯ୍ୟନ୍ତ ସେବା ମୋଟ ୫ ଘଣ୍ଟା ପାଇଁ ବନ୍ଦ ରହିବ ।

ଏହି ଅବଧିରେ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହେବ ନାହିଁ । ଏଚଡିଏଫସି ୟୁପିଆଇ ହ୍ୟାଣ୍ଡେଲର ଉପଯୋଗ କରୁଥିବା ସମସ୍ତ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଏଚଡିଏଫସି ମୋବାଇଲ ବ୍ୟାଙ୍କିଂ ଆପ, ଗୁଗଲ ପେ, ହ୍ୱାଟସଆପ ପେ, ପେଟିଏମ, ଶ୍ରୀରାମ ଫାଇନାନ୍ସ, ମୋବିକ୍ୱିକ ଓ କ୍ରେଡିଟ ପେ’ରେ ଆର୍ଥିକ ଓ ଅଣ-ଆର୍ଥିକ ୟୁପିଆଇ କାରବାର ହେବ ନାହିଁ । ଏଥିସହିତ ଏଚଡିଏଫସି ବ୍ୟାଙ୍କ ଦ୍ୱାରା ଅଧିଗ୍ରହିତ ବ୍ୟବସାରୀଙ୍କ ପାଇଁ ମଧ୍ୟ ସମସ୍ତ ୟୁପିଆଇ ଟ୍ରାଞ୍ଜାକସନ ବନ୍ଦ ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।