ନୂଆଦିଲ୍ଲୀ: ଯଦି ଅନେକ ଦିନରୁ ନୂଆ ସେଡାନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । କାର ନିର୍ମାଣକାରୀ କମ୍ପାନୀ ହୋଣ୍ଡା ତାର ପପୁଲାର ସେଡାନ ଅମେଜ ଉପରେ ଚଳିତ ମାସରେ ବମ୍ପର ଡିସ୍କାଉଣ୍ଟ ଦେଉଛି । ଏହି କାର କିଣିଲେ ମିଳିବ ବଡ ରିହାତି ।
ଇଣ୍ଡିୟାନ ମାର୍କେଟରେ ହୋଣ୍ଡା ଅମେଜକୁ ଦେଶର ଟପ ସେଲିଙ୍ଗ ସେଡାନ ମାରୁତି ସୁଜୁକି ଡିଜାୟାର ଓ ହୁଣ୍ଡାି ଆଁରା ସହ ତୁଳନା କରାଯାଉଛି । ଅମେଜର ମଧ୍ୟ ଭଲ କ୍ରେଜ ଦେଖିବାକୁ ମିଳୁଛି ଲୋକଙ୍କ ଭିତରେ । ଏବେ କମ୍ପାନୀ ତାର ଏହି ମଡେଲ ଉପରେ ଦେଉଛି ହେଭି ଡିସ୍କାଉଣ୍ଟ । କାର କିଣିଲେ ଗ୍ରାହକଙ୍କୁ ମିଳିବ ୧ଲକ୍ଷ ୨୬ ହଜାରର ବେନିଫିଟ । ଏଥିସହ ଏହି କାରରେ ରହିଛି ଅନେକ ଫିଚର ।
ହୋଣ୍ଡାର ଏହି କାରରେ ୭ ଇଞ୍ଚ ଟଚସ୍କ୍ରିନ ଇମ୍ଫୋଟେନମେଣ୍ଟ ସିଷ୍ଟମ ମିଳିବ । ଏଥିସହ ଅମେଜରେ ଏଲଇଡି ଫଗ ଲ୍ୟମ୍ପ୍ସ, ଏଲଇଡି ପ୍ରୋଜେକ୍ଟର, କ୍ରୁଜ କଣ୍ଟୋଲ ସହ ପେଡଲ ସିଫ୍ଟର ପରି ଉନ୍ନତ ମାନର ଫିଚର୍ସ ଉପଲବ୍ଧ ରହିଛି । କାରରେ ସେଫ୍ଟି ପାଇଁ ଡୁଆଲ ଫ୍ରଣ୍ଟ ଏୟାର ବ୍ୟାଗ ଓ ରିୟର ଫାର୍କିଂ କ୍ୟାମେରା ସେନ୍ସର ସୁବିଧା ମିଳିବ । ହୋଣ୍ଡା ଅମେଜରେ କମ୍ପାନୀ ୨ଦୁଇ ଇଞ୍ଜିନର ଅପଶନ ଦେଇଛି । ଗୋଟିଏ ୧.୨ ଲିଟର ପେଟ୍ରେଲ ଇଞ୍ଜିନ, ଯାହା ୯୦ ବିଏଚପି ପାଓା୍ୱର ସହ ୧୧୦ ଏନଏମ ଟାର୍କ ଉତ୍ପାଦନ କରୁଛି । ସେହିପରି ୧.୫ ଲିଟର ଡିଜେଲ ଇଞ୍ଜିନ ମଧ୍ୟ ଦିଆଯାଇଛି, ଯାହା ୧୦୦ ବିଏଚପିର ପାୱର ଓ ୨୦୦ ଏନଏମ ଟାର୍କ ଉତ୍ପାଦନ କରୁଛି । ଏଥିସହ ଏହି ଦୁଇ ପ୍ରକାରର ଅମେଜରେ ୫ ସ୍ପିଡ ମାନୁଆଲ ଗିୟର ବକ୍ସ ଦିଆଯାଇଛି ।
ହୋଣ୍ଡା ଅମେଜର ଏକ୍ସ ସୋ ରୁମ ପ୍ରାଇସ ୭.୨୦ ଲକ୍ଷରୁ ୯.୯୬ ଲକ୍ଷ ଟଙ୍କା ଯାଏଁ ରହିଛି । କାର ବଜାରରେ ସୁଜୁକି ଡିଜାୟାର ଓ ଟାଟା ଟିଗୋର ପରି ଗାଡି ସହ ଟକ୍କରର ମୁକାବିଲା ବି କରୁଛି । ତେଣୁ ଏହା ଲୋକଙ୍କ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ଆଶା ରଖିଛି ।