ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ (ୟୁସିଆଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଇନିଂ ମେଟ-ସି, ବ୍ଲାଷ୍ଟର-ବି ଓ ୱାଇଣ୍ଡିଂ ଇଞ୍ଜିନି ଡ୍ରାଇଭର-ବି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୮୨ଟି ପଦ ଖାଲି ରହିଥିବା ବେଳେ ୟୁଆର, ଇଡବ୍ଲ୍ୟୁଏସ, ଓବିସି- ଏନସିଏଲ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ୍ ରହିଛି । ସେହିପରି ଏସସି, ଏସଟି, ପିଡବ୍ଲ୍ୟୁବିଡି, ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଡ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଗ୍ରହଣ କରାଯିବ ।
ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବ୍ଲାଷ୍ଟର-ବି ଓ ୱାଇଣ୍ଡିଂ ଇଞ୍ଜିନ ଡ୍ରାଇଭର-ବି ପଦ ପାଇଁ ସର୍ବାଧିକ ବୟସ ୩୨ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ନଭେମ୍ବର ୩୦ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ନୋଟିଫିକେସନ ଲିଙ୍କ: https://ucil.gov.in/pdf/job/Advt_08_2024.pdf