ୟୁପିରେ ପୋଷ୍ଟର ୱାର୍ : ‘ଇଂରେଜ ଚାଲିଗଲେ କିନ୍ତୁ ୟାଙ୍କୁ ଛାଡ଼ିଦେଇଗଲେ…’, ଯୋଗୀଙ୍କୁ ଅଖିଳେଶଙ୍କ ଆକ୍ଷେପ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । ବିଶେଷ କରି ଭାଜପା ଓ ସମାଜବାଦୀ ପାର୍ଟି ଭିତରେ ଭୋଟିଂକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିବାର କୌଣସି ମଉକା ଛାଡ଼ୁନାହାନ୍ତି ଅଖିଳେଶ । ସମାନ ଭାବେ ଗୋଟିଏ ଦଳର ପୋଷ୍ଟରକୁ ବିରୋଧ କରି ଅନ୍ୟ ଦଳ ପୋଷ୍ଟର ଛାପିବାରେ ଲାଗିଛି । ଏମିତି କିଛି ଗରମାଗର୍ମି ମାହୋଲରେ ଉତ୍ତର ପ୍ରଦେଶ ବାଇ-ଇଲେକ୍ଶନ୍ ପାଇଁ ପ୍ରଚାର ଚାଲିଛି । ଅଖିଳେଶ-ଯୋଗୀଙ୍କୁ ନେଇ ଆଉ ଏକ କମେଣ୍ଟ କରିଛନ୍ତି । କହିଛନ୍ତି, ଭାଜପାର କୌଣସି ନାରାରେ ଜନସାଧାରଣ ବିଶ୍ୱାସ କରନ୍ତି ନାହିଁ । ଇଂରେଜ ଚାଲିଗଲେ କିନ୍ତୁ ୟାଙ୍କୁ ଛାଡ଼ିଦେଇଗଲେ ।

ଏଘଟଣା ପୂର୍ବରୁ ଏକ ସଭାକୁ ସମ୍ବୋଧିତ କରି ଯୋଗୀ ନିଜ ଭାଷଣରେ କହିଥିଲେ, ବଟେଙ୍ଗେ ତୋ କଟେଙ୍ଗେ , ଯାହାର ଅର୍ଥ ଥିଲା, ବଣ୍ଟା ହେଲେ କଟାହେବା । ଏହାର ପୋଷ୍ଟର ମଧ୍ୟ ଭାଜପା କର୍ମୀ ପ୍ରତ୍ୟେକ ସ୍ଥାନରେ ଲଗାଇଦେଲେ । ୟା ଜବାବରେ ସମାଜବାଦୀ ପାର୍ଟି ‘ନା ବଟେଙ୍ଗେ ନା କଟେଙ୍ଗେ, ମଠାଧିଶ ସତ୍ତାସେ ହଟେଙ୍ଗେ’ ଅର୍ଥାତ୍ ବଣ୍ଟାହେବୁ ନାହିଁ କି କଟାହେବୁ ନାହିଁ, ମଠର ମୁଖ୍ୟ ଶାସନରୁ ହଟିବେ ଲେଖି ସ୍ଥାନେ ସ୍ଥାନେ ପୋଷ୍ଟର ଛାପିଥିଲା ।