୧୦ ବର୍ଷ ପରେ ଟି-୨୦କୁ ଫେରିବେ ଦୃତ ବୋଲର ଜେମ୍ସ ଆଣ୍ଡରସନ୍‌, ଜାଣନ୍ତୁ ତାଙ୍କ ବେସ୍ ପ୍ରାଇଜ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(IPL)୨୦୨୫ ପାଇଁ ଖେଳାଳିଙ୍କ ରିଟେନସନ୍ ପରେ ବର୍ତ୍ତମାନ ମେଗା ନିଲାମୀର ଘୋଷଣା ହୋଇସାରିଛି । ଆସନ୍ତା ନଭେମ୍ବର ୨୪ ଏବଂ ୨୫ ତାରିଖରେ ସାଉଦୀ ଆରବର ଜେଦ୍ଦା(Jeddah) ଠାରେ ମେଗା ନିଲାମୀ ଅନୁଷ୍ଠିତ ହେବ । ତେବେ ଏହି ଦୁଇ ଦିନ ହେବାକୁ ଥିବା ମେଗା ନିଲାମୀ ରୋମାଞ୍ଚକର ହେବ କାରଣ ଚଳିତ ଥର ଅନେକ ଷ୍ଟାର ଖେଳାଳି ଏହି ନିଲାମୀରେ ଅଂଶ ଗ୍ରହଣ କରିବେ । କହିରଖୁଛୁ ଏହି ମେଗା ନିଲାମୀ ପାଇଁ ମୋଟ୍ ୧୫୭୪ ଖେଳାଳି ରେଜିଷ୍ଟ୍ରେସନ୍ କରିଛନ୍ତି ।

୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ଇଂଲଣ୍ଡର ପୂର୍ବତନ ଦୃତ ବୋଲର ଜେମ୍ସ ଆଣ୍ଡରସନ୍ ଏହି ମେଗା ନିଲାମୀ ପାଇଁ ପଞ୍ଜିକରଣ କରିଛନ୍ତି । ପ୍ରାୟ ୧୦ ବର୍ଷ ପୂର୍ବରୁ ତାଙ୍କୁ ଟି-୨୦ ମ୍ୟାଚରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ କ୍ରିକେଟ୍ ଲିଗରେ ସେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । IPL ମେଗା ଅକ୍ସନ ୨୦୨୫ ପାଇଁ ତାଙ୍କ ବେସ୍ ପ୍ରାଇଜ୍ ୧.୨୫ କୋଟି ଟଙ୍କା ରଖାଯାଇଛି । ଆନ୍ତର୍ଜାତିକ କ୍ୟାରିୟରରେ ସେ ମୋଟ୍ ୯୯୧ ଟେଷ୍ଟରେ ୭୦୪ଟି ଏବଂ ଦିନିକିଆରେ ୨୬୯ ୱିକେଟ୍ ନେଇଛନ୍ତି । ସେ ମାତ୍ର ୧୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରୁ ମୋଟ୍ ୧୮ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ନିକଟରେ ଅବସର ପରେ ସେ ବୋଲିଂ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ ।