ଏହି ୭ ଜିଲ୍ଲା ସାବଧାନ ! ବର୍ଷା ପାଇଁ ସତର୍କବାଣୀ ଶୁଣାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଓ ଆସନ୍ତାକାଲି ପୁରୀ, ଗଂଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଭାଗ ତାଜା ସୂଚାନ ଅନୁସାରେ, ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ଏବେ ରାଜ୍ୟରେ ଧୀରେଧୀରେ ଥଣ୍ଡା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଶୀତ ଅନୁଭୂତ ହେବ । ତେବେ, ଏବେ ରାଜ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳୁଥିବା ବେଳେ ଆଗକୁ ରାଜ୍ୟରେ କୁହୁଡି ସହିତ ଥଣ୍ତା ଅନୁଭବ ହେବ ବୋଲି କୁହାଯାଇଛି । ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି ।

ଅନ୍ୟପଟେ ରାଜ୍ୟରେ ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ବା ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ ରେକର୍ଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ଏବେ ଶୀତ ଅନୁଭବ ହେବା ଆରମ୍ଭ ହୋଇଛି। ରାତି ବେଳା ତାପମାତ୍ରା ଖସି ଯାଉଛି। ଭବାନୀପାଟଣା ଓ ରାୟଗଡାରେ ୧୭ ଡିଗ୍ରୀ, କୋରାପୁଟ ରେ ୧୭.୮, ବଲାଙ୍ଗୀରରେ ୧୭.୯, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୮.୨, ଅନୁଗୁଳରେ ୧୮.୬, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୋନପୁର ଓ ଟିଟିଲାଗଡରେ ୨୦, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।