ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍, ହେଉ ପାରୁନି କାରବାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍ ହୋଇଛି, ହେଉ ପାରୁନି କୌଣସି କାରବାର । ୩ ଦିନ ହେଲାଣି ଲିଙ୍କ୍ ଫେଲ୍ ଯୋଗୁଁ କାରବାର ବନ୍ଦ । ଭୁବନେଶ୍ୱର ପ୍ରଧାନ ଡାକଘର ଅଫିସରେ ବି ସମାନ ଅବସ୍ଥା । ଲିଙ୍କ୍ ଫେଲ୍ ଥିବା ନେଇ ସାଇନ୍‌ ବୋର୍ଡରେ ଲେଖା ହୋଇଛି । ତେବେ ଏହା କେଉଁ କାରଣ ପାଇଁ ହୋଇଛି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ିନି ।

କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ଅନୁମାନ କରାଯାୁଛି । ଏପରି ପରିସ୍ଥିତିରେ ଜମାକାରୀ ଓ ଟଙ୍କା ଜମା କରିାବା ହେଉ କି ଟଙ୍କା ଉଠାଣ ହେଉ ନଥିବା ସୂଚନା । ଯାହାକୁ ନେଇ ଚିନ୍ତାରେ ଏବେ ଜମାକାରୀ । କିଛି ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆବଶ୍ୟକ ଅର୍ଥ ପାଇଁ ପୋଷ୍ଟ ଅଫିସ୍ ଚକର କାଟି କିଛି ଲୋକ ଫେରୁଥିବା ଦେଖିବାକୁ ମିଳୁଛି । ତେବେ ସବୁଠୁ ବଡ଼ କଥା ଏସମ୍ପର୍କିତ ନେଇ ପ୍ରଧାନ ଡ଼ାକଘରର ମୁଖ୍ୟ କିମ୍ୱା କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଦେଶର ସବୁଠୁ ଭରସା ଯୋଗ୍ୟ ସରକାରୀ ସଂସ୍ଥା କହିଲେ ପୋଷ୍ଟ ଅଫିସକୁ ବୁଝାଏ । ଏଭଳି କ୍ଷେତ୍ରରେ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ପୋଷ୍ଟ ଅଫିସ ପରିଚାଳନା ଉପରେ ଏବେ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକ । ଏପରି ଆଉ କେତେ ଦିନ ଲିଙ୍କ ଫେଲ୍ ହେବ ତାହା ବି କୌଣସି ସ୍ପଷ୍ଟିକରଣ ନାହିଁ ।