ନୂଆଦିଲ୍ଲୀ: ଭାବନ୍ତୁ ଆପଣଙ୍କ ବିବାହ ଫିକ୍ସ ହୋଇସାରିଛି ଏବଂ ଆପଣ ବିବାହ ପାଇଁ ବହୁତ ଉତ୍ସାହ ଅଛନ୍ତି, ତେବେ ଠିକ୍ ଏହି ଦିନ ଛୁଟି ଦେବାକୁ ଯଦି ଆପଣଙ୍କ ମ୍ୟାନେଜର ମନା କରନ୍ତି, ତେବେ ଆପଣ କଣ କରିବେ। ଆପଣ ଏହି ପରିସ୍ଥିତିରେ ବିବାହକୁ ମନାକରିପାରିବେନି କି ଚାକିରି ମଧ୍ୟ ଛାଡିପାରିବେନି। ଏପରି ଏକ ମାମଲା ହିମାଚଳ ପ୍ରଦେଶର ସାମ୍ନାକୁ ଆସିଛି। ଆସନ୍ତୁ ଆପଣଙ୍କୁ ବିସ୍ତୃତ ଭାବେ ଏହାର ସୂଚନା ଦେବା।
ଅଦନାନ ମହମ୍ମଦ ନାମକ ଜଣେ ବ୍ୟକ୍ତି ତୁର୍କୀରେ କାମ କରୁଥିଲେ। ତାଙ୍କର ବିବାହ ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ଏକ ଝିଅ ସହ ଧାର୍ଯ୍ୟ ହୋଇଥିଲା। ତାଙ୍କର ବିବାହ ମଣ୍ଡିରେ ହେବାକୁ ଥିଲା। ହେଲେ ଅଦନାନଙ୍କୁ ନିଜ ଅଫିସରୁ ଛୁଟି ମିଳିନଥିଲା। ସେ ନିଜ ମ୍ୟାନେଜରକୁ ଛୁଟି ପାଇଁ ଅନୁରୋଧ କରିଥିଲେ, ହେଲେ ତାଙ୍କ ମ୍ୟାନେଜର ଛୁଟି ଦେଇନଥିଲେ। ଏଭଳି ପରିସ୍ଥିତିରେ ବ୍ୟକ୍ତିଜଣକ ଚାକିରି ବି ଛାଡିପାରିନଥିଲେ ଏବଂ ବିବାହକୁ ମଧ୍ୟ ମନାକରିପାରିନଥିଲେ।
ଅଦନାନଙ୍କ ସହ ଯେଉଁ ଝିଅର ବିବାହ ଠିକ୍ ହୋଇଥିଲା ସେହି ଝିଅର ଜେଜ ଅସୁସ୍ଥ ଥିଲେ। ଏଥିପାଇଁ ବିବାହ ଖୁବ ଶିଘ୍ର କରିବାକୁ ସମସ୍ତେ ଚାହୁଁଥିଲେ। ବର୍ତ୍ତମାନ ଏହି ଝିଅର ଦାଦା ସମାଧାନ ବାହାର କରିଥିଲେ ଯେ, ଯଦି ଟେକ୍ନୋଲୋଜୀ ଏତେ ଆଗେଲାଣି ତେବେ ଏହାର ଫାଇଦା ଉଠାଇ ଭିଡିଓ କଲ ଜରିଆରେ ଦୁଇଜଣଙ୍କ ବିବାହ କରାଯାଉ। ଏହାପରେ ଭିଡିଓ କଲ ଜରିଆରରେ ଏହି ଦୁଇଜଣଙ୍କ ନିକା ଅର୍ଥାତ ବାହାଘର ହୋଇଥିଲା। ଭିଡିଓ କଲରେ ଦୁହେଁ ଦୁହିଁଙ୍କୁ କୁବୁଲ କରିଥିଲେ।