ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା । ଗଞ୍ଜାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ‘ଆମର ପାଟ୍ରୋଲିଂ ଗାଡ଼ି ବୁଲିବ, ସିସିଟିଭି ଲାଗିବ । ବାହାର ରାଜ୍ୟର ଧାନ ଯେପରି ନ ଆସିବ ବା ନଯିବ ବ୍ୟବସ୍ଥା କରାଯିବ । ୨ଟା ଜିଲ୍ଲା ଦାୟିତ୍ୱରେ ରହିବେ ଜଣେ ମନ୍ତ୍ରୀ । ଚାଷୀଙ୍କ ଧାନ ସଂଗ୍ରହ ସହ ଏସବୁ କାର୍ଯ୍ୟର ନିରୀକ୍ଷଣ କରିବେ ।’

ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନମଣ୍ଡିର ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଥିଲେ । ମନ୍ତ୍ରୀ କହିଥିଲେ “ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଧାନମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍ । ବୈଷୟିକ କୌଶଳ ବ୍ୟବହାର କରାଯାଇ ରୋକାଯିବ ଦୁର୍ନିୀତି । ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଦୁଇ ମାସ ଭିତରେ ଆରମ୍ଭ ହେବ ନୂଆ ବ୍ୟବସ୍ଥା ।” ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍‌ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ।

ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି । ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।  ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ ।