ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ‘ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କାମଧେନୁ ଯୋଜନା ଓଡ଼ିଶାରେ କିଭଳି ଲାଗୁ ହେବ ଧ୍ୟାନ ଦିଆଯିବ । ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୫ ମନ୍ତ୍ରୀ ଓ ସଚିବଙ୍କୁ ନେଇ କମିଟି ହୋଇଛି । ରାସ୍ତାଘାଟରେ ଗାଇଗୋରୁଙ୍କ ଦୁର୍ଘଟଣା ରୋକିବା, ସୁରକ୍ଷାକୁ ଗୁରୁତ୍ୱ ।’
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବା ନେଇ ମଧ୍ୟ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ‘ସବୁ ମନ୍ଦିରରେ ଓମ୍ଫଫେଡ୍ ଘିଅ ବ୍ୟବହାର ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ । ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ । ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ କହିଲେ ମନ୍ତ୍ରୀ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରାଯିବ । ଏଥି ପାଇଁ ୧୪୨୩ କୋଟିର କାମଧେନୁଯୋଜନା ହୋଇଛି ।’
ପ୍ରତି ଗାଁରେ ହେବ ଓମଫେଡ୍ ଷ୍ଟଲ। ଏନେଇ ମଧ୍ୟ ଆଜି ସୂଚନା ଦେଇଛନ୍ତି, ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ‘ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି । ଓମଫେଡ ଗୁଡିକର ପୁନର୍ଗଠନ କରାଯିବ । ଗାଁ ଗହଳିରେ ଓମଫେଡର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ଏଥିପାଇଁ ପ୍ରତି ଗାଁରେ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରିବୁ ।’ ଜିଲ୍ଲାରେ ସମସ୍ତ ବଡ଼ ମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ। ଏନେଇ ସମସ୍ତ ଜିଲ୍ଲାପଳଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।