ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ପାର୍ଟୀ କହିଲା- କିଏ ଏବଂ କାହିଁକି ମର୍ଡର କଲା ତାହା ସମସ୍ତଙ୍କୁ ଜଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମଥୁରାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ମଥୁରାପୁରରେ ବିଜେପି ସୋସିଆଲ ମିଡିଆ ସଂଯୋଜକ ଥିଲେ। ମୃତକ ଜଣକ ବିଜେପି ନେତା ପୃଥ୍ୱୀରାଜ ନସ୍କର ଅଟନ୍ତି। ସେହିପରି ପାର୍ଟୀ ଏହି ହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛି। ପାର୍ଟୀର ପ୍ରବକ୍ତା ବିବୃତ୍ତି ଦେଇ କହିଛନ୍ତି ଯେ, ହତ୍ୟା ପଛରେ କିଏ ଦାୟୀ? କେଉଁ ଉଦ୍ଦେଶ୍ୟରେ କରାଗଲା, ଏହାକୁ ଖୁବ ସହଜରେ ଜାଣି ହେଉଛି।

ଏହି ହତ୍ୟା ପରେ ବିଜେପି ସରକାର ଏବଂ ପୋଲିସ ଉପରେ ପ୍ରଶ୍ନ ଉଠିଛି। ପାର୍ଟୀର ପ୍ରବକ୍ତା କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ଅସହମତି କାରଣରୁ ଏପରି ହିଂସା ହେଉଛି। ବିରୋଧୀ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଭୟଭୀତ କରିବାକୁ ଏହି ଆକ୍ରମଣ କରାଯାଉଛି। ସେ କହିଛନ୍ତି ଯେ, ସରକାର ଏବଂ ପୋଲିସ ରାଜନୈତିକ ଭାବେ ପକ୍ଷପାତ କରୁଛନ୍ତି।

ପଶ୍ଚିମବଙ୍ଗରେ ବିଜେପିର ଅନେକ ନେତାଙ୍କୁ ହତ୍ୟା କରାଯାଇଛି। ଲୋକସଭା ନିର୍ବାଚନ ସମୟରେ ମଧ୍ୟ ସପ୍ତମ ପର୍ଯ୍ୟାୟର ଭୋଟିଂ ପରେ ନାଦୀୟା ଜିଲ୍ଲାରେ ଏକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମୟରେ ସେ ଚାହା ଦୋକାନରେ ବସିଥିଲେ। ସେ କିଛିଦିନ ପୂର୍ବରୁ ହିଁ ବିଜେପିରେ ସାମିଲ ହୋଇଥିଲେ।