ନୂଆଦିଲ୍ଲୀ: ଜ୍ୱର ମଣିଷର ତାପମାତ୍ରାକୁ ବଢାଇଥାଏ । ଅଧିକାଂଶ ଲୋକେ ଜ୍ୱରକୁ ଏକ ରୋଗ ବୋଲି କହିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୱର ହେବା ପଛରେ କଣ ରହିଛି ବିଜ୍ଞାନ । ଜ୍ୱର ହେଉଛି ଏକ ଏପରି ସ୍ଥିତି ଯେଉଁଥିରେ ଶରୀରର ତାପମାତ୍ରା ସାମାନ୍ୟରୁ ଅଧିକ ହୋଇଥାଏ । ଏହା ଶରୀରର ଏକ ପ୍ରାକୃତିକ ପଦ୍ଧତି, ଯାହା ମଧ୍ୟମରେ ତାହା ସଂକ୍ରମଣ ସହ ଲଢିଥାଏ । ହେଲେ ପ୍ରକୃତରେ ଏହା ଏକ ଲକ୍ଷଣ ।
ଜ୍ୱର ଶରୀରର ଏକ ସୁରକ୍ଷା ତନ୍ତ୍ର । ଯେବେ ଶରୀରରେ କୌଣସି ସଂକ୍ରମଣ ହୋଇଥାଏ, ଯାହାକୁ ବ୍ୟାକ୍ଟେରିଆ, ଭାଇରସ ବା ଫଂଗ୍ସ, ତେବେ ପ୍ରତିରକ୍ଷା ତନ୍ତ୍ର ସକ୍ରିୟ ହୋଇଯାଇଥାଏ । ପ୍ରତିରକ୍ଷା ତନ୍ତ୍ର ଶରୀରରେ ରୋଗାମାନଙ୍କ ସହ ଲଢିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କୋଶିକାମାନ ଏବଂ ରସାୟନ ଛାଡିଥାଏ ।
ଏହି ରସାୟନରେ କିଛି ଅଂଶକୁ ପାଇରୋଜନ କୁହାଯାଇଥାଏ । ପାଇରୋଜନ ମସ୍ତିସ୍କର ଏକ କ୍ଷେତ୍ରକୁ ଉତ୍ତେଜିତ କରିଥାଏ, ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ । ଏହି ଉତ୍ତେଜନା କାରଣରୁ ଶରୀରର ତାପମାନ ବଢିଯାଏ ଏବଂ ଜ୍ୱର ହୋଇଯାଏ ।
ଜ୍ୱର ହେବାର ଅନେକ କାରଣ ରହିଥାଏ, ଯେଉଁଥିରେ ସଂକ୍ରମଣ, ଔଷଧ, କ୍ୟାନ୍ସର, ଅଟୋଇମ୍ୟୁନ ରୋଗ ସାମିଲ ରହିଛି । ଅଟୋଇମ୍ୟୁନ ରୋଗରେ ଶରୀରରେ ପ୍ରତିରକ୍ଷା ପ୍ରଣାଳୀ ସ୍ୱୟଂ ଭାବେ ଟିସୁ ଉପରେ ଆକ୍ରମଣ କରିଥାଏ । ଯାହା ପାଇଁ ଜ୍ୱର ହୋଇଥାଏ ।
ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଜ୍ୱର ହେବାରେ ଫାଇଦା ମଧ୍ୟ ମିଳିଥାଏ । ଉଚ୍ଚ ତାପମାନରେ ଅନେକ ଜୀବାଣୁ ମରିଯାଇଥାଆନ୍ତି । ଏହା ବ୍ୟତୀତ ଜ୍ୱର ରୋଗପ୍ରତିରୋଧକ ଶକ୍ତିକୁ ସକ୍ରିୟ କରିଥାଏ । ଏହା ବ୍ୟତୀତ ଜ୍ୱର ରୋଗପ୍ରତିରୋଧକ ପ୍ରଣାଳୀକୁ ସକ୍ରିୟ କରିଥାଏ ଏବଂ ଏହାକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ ।