ସ୍ୱୀକାର ହେବ ନାହିଁ ମୌଖିକ ଅନୁରୋଧ…, ଓକିଲଙ୍କୁ କଡ଼ା ଜବାବ ଦେଲେ CJI ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି (CJI ) ସଞ୍ଜୀବ ଖନ୍ନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । CJI ହେଲା ପରେ ବର୍ତ୍ତମାନ ଆକ୍ସନ ମୋଡରେ ସଞ୍ଜୀବ ଖନ୍ନା । କାର୍ଯ୍ୟକାଳର ପ୍ରଥମ ଦିନରେ ସେ ୪୫ଟି ମାମଲାର ଶୁଣାଣି କରିଥିବା ବେଳେ ଦ୍ୱିତୀୟ ଦିନରେ(ମଙ୍ଗଳବାର) ଓକିଲଙ୍କୁ କଡ଼ା ଜବାବ ଦେଇଥିଲେ । ସୁପ୍ରିମକୋର୍ଟରେ ମାମଲାର ତକ୍ରାଳ ଶୁଣାଣି ପାଇଁ ମୌଖିକ ଉଲ୍ଲେଖ(oral mention) ଉପରେ ରୋକ୍ ଲଗାଇଛନ୍ତି ।

ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ସମୟରେ CJI ସଞ୍ଜୀବ ଖନ୍ନା ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଅଦାଲତରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି, ‘ବର୍ତ୍ତମାନ ଠାରୁ କୌଣସି ମାମଲାର ଲିଷ୍ଟିଂ ଏବଂ ତକ୍ରାଳ ଶୁଣାଣି ପାଇଁ କୌଣସି ପ୍ରକାର ମୌଖିକ ଅନୁରୋଧକୁ ସ୍ୱୀକାର କରାଯିବ ନାହିଁ । ଇ-ମେଲ କିମ୍ବା ଲିଖିତ ରେଜିଷ୍ଟ୍ରି/ପତ୍ର ମାଧ୍ୟମରେ ଅନୁରୋଧ କରିପାରିବେ । ଏହା ପରେ ସବୁ ମାମଲାର ଶୁଣାଣି ହେବ ।’ ନ୍ୟାୟିକ ସଂସ୍କାର ପାଇଁ ନାଗରିକ- କେନ୍ଦ୍ରିକ ଏଜେଣ୍ଡାର ରୂପରେଖା ପ୍ରସ୍ତୁତ କରାଯାଇଛି, ସହଜରେ ନ୍ୟାୟ ପାଇବାକୁ ସୁନିଶ୍ଚିତ କରିବା ଏବଂ ନାଗରିକଙ୍କ ସ୍ଥିତିକୁ ଖାତିର ନକରି ଏହା ନ୍ୟାୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଛନ୍ତି ସଞ୍ଜୀବ ଖନ୍ନା । କହିରଖୁଛୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ସଞ୍ଜୀବ ଖନ୍ନାଙ୍କୁ ଶପଥ ଗ୍ରହଣ କରାଇଥିିଲେ । ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଅକ୍ଟୋବର ୧୭କୁ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିବା ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶ ଉପରେ ମୋଦୀ ସରକାର ମୋହର ଲଗାଇଥିଲେ ।