୧୭୯୧ଟି ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରେଲୱେ ନିଯୁକ୍ତି ସେଲ (ଆରଆରସି), ନର୍ଥ ୱେଷ୍ଟର୍ଣ୍ଣ ରେଲୱେ, ଜୟପୁର ତରଫରୁ ଅନେକ ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମୋଟ ୧୭୯୧ଟି ପଦ ପୂରଣ ହେବ । ସମସ୍ତ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ମହିଳା ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ ଓ ଇଣ୍ଟରନେଣ୍ଟ ବ୍ୟାଙ୍କିଂ ଜରିଆରେ ଗ୍ରହଣ କରାଯିବ ।

ନଭେମ୍ବର ୧୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଡିସେମ୍ବର ମାସ ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୫ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ବୟନ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ (ଯୁକ୍ତଦୁଇ ପରୀକ୍ଷା ସିଷ୍ଟମ), ଆଇଟିଟିଆଇ (ପ୍ରାସଙ୍ଗିକ ଟ୍ରେଡ / ଏନସିଭିଟି / ଏସସିଭିଟି ରହିଥିବା ଆବଶ୍ୟକ । ଆଜମେର, ବିକାନେର, ଜୟପୁର, ଜୋଧପୁର ଡିଭିଜନ, ଆଜମେରର ବିଟିସି କ୍ୟାରେଜ ଓ ବିଟିସି ଲୋକୋ, ବିନାନେର କ୍ୟାରେଜ ୱାର୍କ ଶପ, ଜୋଧପୁର କ୍ୟାରେଜ୍ ୱାର୍କ ଶପରେ ପଦ ଖାଲି ରହିଛି ।

ଆବେଦନ ଲିଙ୍କ: https://rrcactapp.in/

ନୋଟିଫିକେସନ ଲିଙ୍କ: https://rrcactapp.in/https://rrcjaipur.in/storeWebFiles/731_809977.pdf