ସବୁଠାରୁ ଖରାପ ପାସୱାର୍ଡର ଲିଷ୍ଟ ଜାରି, ଏହା ହେଉଛି ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ

ନର୍ଡପାସ୍ ନିକଟରେ ଏହାର ବାର୍ଷିକ ଅନୁସନ୍ଧାନ “ଟପ୍ ୨୦୦ ମୋଷ୍ଟ କମନ୍ ପାସୱାର୍ଡ” ର ଷଷ୍ଠ ସଂସ୍କରଣ ଜାରି କରିଛି, ଯାହା ୪୪ ଟି ଦେଶରେ ସର୍ବାଧିକ ବ୍ୟବହୃତ ପାସୱାର୍ଡଗୁଡ଼ିକୁ ତାଲିକାଭୁକ୍ତ କରିଛି ।

ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱ ଏବଂ ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି “୧୨୩୪୫୬’ । ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ୱରେ ଏହି ପାସୱାର୍ଡ ବ୍ୟବହାର କରୁଥିବା ୩୦,୧୮,୦୫୦ ଉପଭୋକ୍ତାଙ୍କ ମଧ୍ୟରୁ ୭୬,୯୮୧ ଜଣ ହେଉଛନ୍ତି ଭାରତୀୟ । ଏହା ବ୍ୟତୀତ ଦୁନିଆର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି “୧୨୩୪୫୬୭୮୯’, ଯାହା ଭାରତରେ ଚତୁର୍ଥ ସ୍ଥାନରେ ରହିଛିି ।

ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ହାରାହାରି ୧୬୮ ପାସୱାର୍ଡ ରହିଛି :-
ନର୍ଡଷ୍ଟେଲାର ସହଭାଗିତାରେ ଏହି ଅନୁସନ୍ଧାନ କରାଯାଇଥିଲା ଏବଂ ଏହାର ଅନୁସନ୍ଧାନ ଅନୁଯାୟୀ ବିଶ୍ୱର ପ୍ରାୟ ସାଧାରଣ ପାସୱାର୍ଡଗୁଡ଼ିକ ସରଳ କିବୋର୍ଡ ସର୍ଟକଟ୍ ଯେପରିକି “କ୍ତଙ୍ଗରକ୍ସଗ୍ଧଚ୍ଚ”, “୧କ୍ତ୨ଙ୍ଗ୩ର୪ରକ୍ସ୫ଗ୍ଧ” ଏବଂ “୧୨୩୪୫୬୭୮୯” ଦ୍ୱାରା ଗଠିତ । ସମାନ ପାଟର୍ନ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ପୂର୍ବ ନର୍ଡପାସ୍ ଅଧ୍ୟୟନ ଅନୁଯାୟୀ, ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ବ୍ୟକ୍ତିଗତ ଆକାଉଣ୍ଟ ପାଇଁ ହାରାହାରି ୧୬୮ ପାସୱାର୍ଡ ଏବଂ କାର୍ଯ୍ୟ ସମ୍ବନ୍ଧୀୟ ଆକାଉଣ୍ଟ ପାଇଁ ୮୭ ପାସୱାର୍ଡ ଅଛି ।

ଏତେ ସଂଖ୍ୟକ ପାସୱାର୍ଡ ପରିଚାଳନା କରିବା କଷ୍ଟକର, ତେଣୁ ଅଧିକାଂଶ ଲୋକ ସରଳ କ୍ୟାଚଫ୍ରେଜ୍ ବ୍ୟବହାର କରନ୍ତି ଯାହା ମନେ ରଖିବା ସହଜ, କିନ୍ତୁ ଏହା ସହଜରେ ହ୍ୟାକ୍ ମଧ୍ୟ ହୋଇପାରେ । ସେମାନଙ୍କୁ ହ୍ୟାକ୍ କରିବାକୁ ଏକ ସେକେଣ୍ଡରୁ କମ୍ ସମୟ ଲାଗେ ।

ତଥାପି ଲକ୍ଷ ଲକ୍ଷ ଲୋକ “କ୍ତଙ୍ଗରକ୍ସଗ୍ଧଚ୍ଚ୧୨୩’ ପରି ସରଳ ପରିବର୍ତ୍ତନ ବ୍ୟବହାର କରୁଛନ୍ତି, ଯାହା ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, କାନାଡା ଏବଂ ଲିଥୁଆ ଭଳି ଦେଶରେ ସବୁଠାରୁ ସାଧାରଣ ପାସୱାର୍ଡ । ଏହି ପାସୱାର୍ଡ ଭାରତର ସର୍ବାଧିକ ୧୦ ଟି ବ୍ୟବହୃତ ପାସୱାର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ ।

ଅନ୍ୟ ଏକ ଲୋକପ୍ରିୟ ପସନ୍ଦ ହେଉଛି “ପାସୱାର୍ଡ” ଶବ୍ଦ । ଏହି ଶବ୍ଦ ଗତ କିଛି ବର୍ଷ ଧରି ସର୍ବାଧିକ ବ୍ୟବହୃତ ପାସୱାର୍ଡ ତାଲିକାରେ ରହିଆସିଛି ଏବଂ ଏଥର ଏହା ଭାରତରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସୱାର୍ଡ । ଏହା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଜ୍ୟରେ ଏହା ସବୁଠାରୁ ସାଧାରଣ ପସନ୍ଦିତ ପାସୱାର୍ଡ ।