ନୂଆଦିଲ୍ଲୀ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାମିଲ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସୁରେଶ ସାଙ୍ଗାଇୟା(Suresh Sangaiah)ଙ୍କ ନିଧନ ହୋଇଛି । ଲିଭର ଫେଲୁଅର ଯୋଗୁଁ ସେ ଚେନ୍ନାଇର ରାଜୀବ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଏନେଇ ତାଙ୍କ ସାଥି ସିନେମେଟୋଗ୍ରାଫର ସରନ ସୂଚନା ଦେଇଛନ୍ତି ।
ସୁରେଶ ସାଙ୍ଗାଇୟାଙ୍କ ପରିବାର କହିଲେ ପତ୍ନୀ ଏବଂ ଦୁଇ ସନ୍ତାନ । ତାଙ୍କ ନିଧନରେ ତାମିଲ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ନିର୍ଦ୍ଦେଶକ ହଲିଥା ଶମୀନ ତାଙ୍କ ନିଧନରେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ତାଙ୍କ ନିଧନ ବିଷୟରେ ଶୁଣି ମୁଁ ସ୍ତବ୍ଧ । ଏହା ବହୁତ ବଡ଼ ଦୁଃଖଦ ଖବର । ଫିଲ୍ମ ଓରୁ କିଦାୟିନ୍ କରୁଣୟୀ ମନୁ ସବୁବେଳେ ମୋର ପ୍ରିୟ ରହିବ । ଏବେ ଏହାର ମହତ୍ୱ ଆହୁରି ବଢ଼ିଯାଇଛି ।’
Shocked and saddened to hear about @sureshsangaiah‘s passing. I’ve always held #OruKidayinKarunaiManu as a precious film and now with a deeper significance. pic.twitter.com/EB7F7iK0n2
— Halitha (@halithashameem) November 15, 2024