ନୂଆଦିଲ୍ଲୀ: ଅନେକ ସମୟରେ ଦେଶ ଓ ଜନସାଧାରଣଙ୍କ ସୁରକ୍ଷାରେ ଥିବା କିଛି ବ୍ୟକ୍ତିବିଶେଷ ସୀମା ସରହଦ ଟପିଯାଇଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦେଶର ସୁରକ୍ଷା ପାଇଁ ନିୟୋଜିତ ଥିବା ଦୁଇ ଯବାନଙ୍କ କିଛି କାରନାମା ପଦାକୁ ଆସିବା ପରେ ଚାରିଆଡ଼ୁ ଉଠିଚି ନିନ୍ଦାର ସ୍ୱର । ଜଣେ ମହିଳା ଓ ପୁରୁଷ ଯବାନ ମିଲିଟାରୀ ହେଲିକପ୍ଟର ଭିତରେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ସମୟରେ ଅସଂଯତ ଅବସ୍ଥାରେ ଧରାପଡ଼ିଛନ୍ତି । ଏହି ଘଟଣାରେ ପରେ ଏବେ ସେନାଙ୍କ ସ୍ୱଚ୍ଛ ଛବିରେ ଲାଗିଛି କଳଙ୍କର ଛିଟା ।
ରିପୋର୍ଟ ମୁତାବକ, ବ୍ରିଟେନରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ମଦ୍ୟପାନ କରି ସେକ୍ସ କରୁଥିବା ବେଳେ ଜଣେ ପୁରୁଷ ଓ ଜଣେ ମହିଳା ଯବାନ ଧରାପଡ଼ିଛନ୍ତି । ଦୁଇ ଯବାନ ୭୫ କୋଟି ମୂଲ୍ୟରେ କିଣାଯାଇଥିବା ମିଲିଟାରୀ ହେଲିକପ୍ଟରର କକପିଟରେ ଏହି କାର୍ଯ୍ୟ କରୁଥିଲେ । ବ୍ରିଟେନର ଏକ ସାମରିକ ତାଲିମ କେନ୍ଦ୍ରରେ ରଖାଯାଇଥିବା ଆପାଚେ ହେଲିକପ୍ଟରର ରୋଟର ଅସାଧାରଣ ଭାବେ ହଲୁଥିବାର କିଛି ଗ୍ରାଉଣ୍ଡ କର୍ମଚାରୀ ଦେଖିବାକୁ ପାଇଥିଲେ । ହେଲିକପ୍ଟର ଭିତରୁ ଆସୁଥିବା ଅଜବ ଧରଣର ଶବ୍ଦ ଶୁଣିବା ପରେ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା । ଏହାପରେ ସେମାନେ ଯାଞ୍ଚ କରିବା ପରେ ଦୁଇ ଯବାନଙ୍କୁ ଆପତ୍ତିଜନକ ଅବସ୍ଥାରେ ପାଇଥିଲେ । ଏହାପରେ ସେଠାରେ କ’ଣ ଚାଲିଛି ବୋଲି ସେମାନେ ଯାଇ ଦେଖନ୍ତି ତ ଦୁଇଜଣ ସୈନିକ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଶାରୀରିକ ସମ୍ପର୍କରେ ବ୍ୟସ୍ତ ରହିଥିଲେ । ପୁରୁଷ ଜଣଙ୍କ ସେନା ୟୁନିର୍ଫର୍ମ ଓ ମହିଳା ଜଣଙ୍କ ସାଧାରଣ ପୋଷାକରେ ରହିଥିଲେ । ଏହାପରେ ଦୁହିଁଙ୍କୁ ଅଟକ ରଖାଯାଇଥିଲା ।