(Video) ବାପରେ କି ମାଡ଼… ପ୍ରେମିକା ଦେଖିଲା ପତ୍ନୀଙ୍କ ଉଗ୍ର ରୂପ: ବିଚ୍ ରାସ୍ତାରେ ଧରା ପଡ଼ିଲା ସରପଞ୍ଚ ବାବୁଙ୍କ ଲୁଚାଣିଆ ପ୍ରେମ
ଓଡ଼ିଶା ଭାସ୍କର: ପ୍ରେମର ପରିଣାମ ଭାରି ମିଠା ବୋଲି କୁହାଯାଏ । କିନ୍ତୁ ପ୍ରେମରେ ଏମିତି ବି ହୁଏ, ସେକଥା କିଏ ବା ଜାଣେ । ପ୍ରେମିକା ସାଙ୍ଗରେ ଲଙ୍ଗ୍ ଡ୍ରାଇଭ ଯିବା ବେଳେ ଧରା ପଡ଼ିଯାଇଛନ୍ତି ସରପଞ୍ଚ ବାବୁ । ଆଉ ତା’ ପରେ ଖାଲି ମାଡ଼ ବୃଷ୍ଟି । ସ୍ୱାମୀଙ୍କୁ ଅନ୍ୟ ମହିଳା ସହ ଦେଖି ସହି ପାରିଲେନି ସରପଞ୍ଚ ବାବୁଙ୍କ ସ୍ତ୍ରୀ, ବିଚ୍ ରାସ୍ତାରେ ଗାଡ଼ି ଭିତରୁ ଘୋଷାରି ଆଣି ବହେ ଛେଚି ପକାଇଛନ୍ତି । ଆଖି, ନାକ, କାନ ସବୁଠି ବୃଷ୍ଟି ହେଉଛି ମାଡ଼ ଆଉ ମାଡ଼ । କାରଣ ସରପଞ୍ଚ ବାବୁ ପ୍ରେମ କରୁ ନଥିଲେ, କରୁଥିଲେ ଚୋରା ପିରତୀ, ସେ ବି ବାହାଘର ପରେ । ଏମିତି ଅବସ୍ଥା ହେବା ତ ସ୍ୱାଭାବିକ କଥା । ସେଥିପାଇଁ ତ ବାବୁଙ୍କ ଆଗରେ ପ୍ରେମିକାର ଧୁଲାଇ ହେଉଥିଲେ ବି ସାର୍ ଚୁପ୍ ହେଇ ବସିଛନ୍ତି । ଆଉ ଏପଟେ ସ୍ତ୍ରୀ ଆଉ ପ୍ରେମିକା ଭିତରେ ଚାଲିଛି ଖଣ୍ଡଯୁଦ୍ଧ ।
ମଧ୍ୟପ୍ରଦେଶର ଉଜ୍ଜୈନରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ତିକୋଣୀୟ ପ୍ରେମର କରୁଣ ପରିଣତିର ଏକ ଭିଡିଓ ଏବେ ଇଣ୍ଟରନେଟ ଭାଇରାଲ ହେଉଛି । ବିଚ୍ ରାସ୍ତାରେ ସରପଞ୍ଚ ସ୍ୱାମୀ ଆଉ ପ୍ରେମିକାଙ୍କୁ ଧରିବା ପରେ ମହିଳା ନିଜ ଉଗ୍ର ରୂପ ଦେଖାଇଛନ୍ତି । ଆଉ ସରପଞ୍ଚ ବାବୁ ରାସ୍ତା ମଝିରେ ସ୍ତ୍ରୀର ତାଣ୍ଡବ ଦେଖିଛନ୍ତି । ପ୍ରେମିକାଙ୍କୁ ଗାଡ଼ି ଭିତରେ ବହେ ସେକିବା ପରେ ଗାଡ଼ିରୁ ବାହାରକୁ ଆଣି ଆହୁରି ଛେଚି ପକାଇଛନ୍ତି ସରପଞ୍ଚ ବାବୁଙ୍କ ଧର୍ମପତ୍ନୀ । ଗାର୍ଲଫ୍ରେଣ୍ଡକୁ ମାଡ଼ରୁ ବଞ୍ଚାଇବା ବି ସରପଞ୍ଚ ବାବୁଙ୍କ ପାଖରେ ସମ୍ଭବ ହୋଇ ପାରିନାହିଁ । ପ୍ରେମିକାଙ୍କ କଲରକୁ ଧରି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ସରପଞ୍ଚ ବାବୁଙ୍କ ସ୍ତ୍ରୀ । ଉଭୟଙ୍କ ମଧ୍ୟରେ ଏଭଳି ମାରପିଟ ଦେଖି ସେଠାରେ ଲୋକଙ୍କ ଭିଡ଼ ଜମା ହୋଇଥିଲା । ବିଚ୍ ରାସ୍ତାରେ ସରପଞ୍ଚ ବାବୁଙ୍କ ଚୋରା ପିରତୀ ତାଙ୍କୁ ଲୋକହସା କରାଇ ଦେଇଛି ।
ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଆଗରୁ ଭାଇରାଲ ହୋଇଛି । ସ୍ୱାମୀଙ୍କ ପରକୀୟା ପ୍ରୀତି ପରାପଡ଼ିବା ପରେ ସ୍ତ୍ରୀ ଯୁବକଙ୍କ ପ୍ରେମିକାଙ୍କୁ ମାଡ଼ ମାରିବା ଘଟଣା ଆଗରୁ ମଧ୍ୟ ଦେଖାଯାଇଛି । ଭିଡିଓରେ ଦେଖାଯାଇଛି ଯେ, ମହିଳା ଜଣକ ପ୍ରେମିକାଙ୍କୁ ଦରି ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏହି ସମୟରେ ସରପଞ୍ଚ ବାବୁଙ୍କ ପ୍ରେମିକା କହିଛନ୍ତି ଯେ, “ଆମେ ଦୁହେଁ ବିବାହ କରିବାକୁ ଯାଉଛୁ ।” ଏହା ଶୁଣିବା ପରେ ସରପଞ୍ଚଙ୍କ ସ୍ତ୍ରୀ ଆହୁରି ଅଧିକ ରାଗି ଯାଉଛନ୍ତି । ଏହାପରେ ଖୁବ ଗାଳି ଦେବା ସହିତ ପ୍ରେମିକାଙ୍କୁ ଆହୁରି ଜୋରରେ ମାଡ଼ ମାରିବାରେ ଲାଗିଛନ୍ତି ।
उज्जैन में सरपंच साहब प्रेमिका संग पकड़ा गये, साहब की पत्नी ने प्रेमिका की जमकर की धुनाई की और सरपंच जी देखते रहे। pic.twitter.com/v456Xh99Sq
— बलिया वाले 2.0 (@balliawalebaba) November 15, 2024
ଏହାପରେ ଯୁବତୀଙ୍କୁ ମାଡ଼ ମାରି ଗାଡ଼ି ଭିତରୁ ବାହାରକୁ ନେଇ ଆସିଥିଲେ ମହିଳା । ଏହାପରେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ମାଡ଼ ବୃଷ୍ଟି କରିଛନ୍ତି । ବିଚ୍ ରାସ୍ତାରେ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ତେବେ ପ୍ରାୟ ୨ ମିନିଟର ଏହି ଭିଡିଓରେ ସରପଞ୍ଚ ବାବୁଙ୍କ ସ୍ତ୍ରୀ ତାଙ୍କ ପ୍ରେମିକାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ଦେଖାଯାଇଛି । କିନ୍ତୁ ସରପଞ୍ଚ ବାବୁ ଏକଦମ୍ ଚୁପ ହୋଇ ବସି ରହିଛନ୍ତି । କାହାକୁ କିଛି କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ ।