(Video) ବାଲିଯାତ୍ରାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ପଶିଲା ପୋଲିସ, ଷ୍ଟେଜରୁ ଅସୀମା ପଣ୍ଡାକୁ ଓହ୍ଲାଇଦେଲା

ଭୁବନେଶ୍ବର: ଚାଲିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଓଡ଼ିଆ ଗୀତର ତାଳେ ତାଳେ ଝୁମୁଥିଲେ ଦର୍ଶକ । ହେଲେ ହଠାତ୍ ପୋଲିସ ଆସି କାର୍ଯ୍ୟକ୍ରମ ବନ୍ଦ କରିବା ସହିତ ଷ୍ଟେଜରୁ ଅସୀମାଙ୍କୁ ଓହ୍ଲାଇ ଦେଇଛି । ଅଧାଗୀତରୁ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ । ତେବେ ସେହି ସମୟରେ ଅପ୍ରୀତିକର ପରିସ୍ଥିତି ଦେଖାଯାଇଛି । ଏଭଳି ଘଟଣା କଟକ ବାଲିଯାତ୍ରାରେ ଦେଖିବାକୁ ମିଳିଛି ।

କଟକ ବାଲିଯାତ୍ରାରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା କମିଶନରେଟ ପୋଲିସ । ଆଉ ମାତ୍ର ୫ ମିନିଟରେ ଅସୀମାପଣ୍ଡାଙ୍କ ଗୀତ ଶେଷ ହୋଇଥାଆନ୍ତା କିନ୍ତିୁ ପୋଲିସ ସେତିକ ରଖାଇଦେଲାନି । କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା । ଅତିରିକ୍ତ ଜିଲାପାଳଙ୍କ ଅନୁରୋଧ ସତ୍ତ୍ବେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ଜଣାପଡ଼ିଛି ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ଶିବା ଟପ୍ପୋ କହିଛନ୍ତି ଯେ କଟକ ବାଲିଯାତ୍ରାରେ ନିୟମାନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି । ପୋଲିସ ପକ୍ଷରୁ ନିୟମାନୁସାରେ ପଦକ୍ଷେପ ନିଆଯାଇଛି । ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇ ଫେରିଯାଇଥିଲେ । କିଛି ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମତି ଦେବା ଉଚିତ ବୋଲି ପ୍ରକାଶ କରିଥିଲେ । ଏ ଦିଗରେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।