କୈଳାସ ଗେହଲଟ ଛାଡିଲେ ଆମ ଆଦମୀ ପାର୍ଟୀ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆପ ପାର୍ଟୀକୁ ବଡ଼ ଝଟକା। ଦିଲ୍ଲୀରେ ଆମ ଆଦମୀ ପାର୍ଟୀ ସରକାରରେ କ୍ୟାବିନେଟ ମନ୍ତ୍ରୀ କୈଳାସ ଗେହଲଟ ନିଜ ପଦବୀ ଏବଂ ପାର୍ଟୀ, ଦୁଇଟିରୁ ଇସ୍ତଫା ଦେଇଛନ୍ତି। ସେ ରେଜିଗନେସନ ଲେଟରରେ ଏନେଇ ସ୍ପଷ୍ଟ ସୂଚନା ଦାଖଲ କରିଛନ୍ତି।

କୈଳାସ ଗେହଲଟ ରେଜିଗନେସନ ଲେଟରରେ ଲେଖିଛନ୍ତି ଯେ, ଶିଶମହଲ ଭଳି ଅନେକ ନିନ୍ଦନୀୟ ଏବଂ ଅନେକ ବିବାଦ ଅଛି, ଯାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ଯେ; କଣ ଆମେ ସମସ୍ତେ ଏବେ ବି ‘ଆମ୍ ଆଦମୀ’ ହେବାରେ ବିଶ୍ୱାସ କରୁଛେ? ବର୍ତ୍ତମାନ ଏହା ସ୍ପଷ୍ଟ ଯେ, ଯଦି ଦିଲ୍ଲୀ ସରକାର ନିଜର ଅଧିକାଂଶ ସମୟ କେନ୍ଦ୍ର ସହ ଲଢିବାରେ ବିତାଉଛନ୍ତି ତେବେ ଦିଲ୍ଲୀ ପାଇଁ ବାସ୍ତବିକ ପ୍ରଗତି ହୋଇପାରିବ ନାହିଁ। ମୋ ପାଖରେ APPରୁ ଅଲଗା ହେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ଏବଂ ଏଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।