ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀରେ ଫେରବଦଳ ଜାରି ରହିଛି। ମନ୍ତ୍ରୀ କୈଳାସ ଗେହଲଟଙ୍କ ଇସ୍ତଫା ପରେ ବିଜେପି ନେତା ଆପରେ ସାମିଲ ହେଲେ। ଏହି ନେତାଙ୍କ ନାମ ଅନୀଲ ଝା ଅଟେ। ତେବେ ଋତୁରାଜ ଝା ଙ୍କ କିରାଡୀରୁ ଟିକେଟ କଟିବାର ଅନୁମାନ କରାଯାଉଛି। ଅନୀଲ ଝା ଏହା ପୂର୍ବରୁ ଦୁଇ ଥର ବିଧାୟକ ଭାବେ କାର୍ଯ୍ୟ କରିଆସିଛନ୍ତି।
ଦିଲ୍ଲୀର କିରାଡୀରୁ ଦୁଇ ଥର ବିଧାୟକ ଭାବେ କାର୍ଯ୍ୟ କରିଥିବା ଅନୀଲ ଝା, ବିଜେପି ଛାଡି ଆମ୍ ଆଦମୀ ପାର୍ଟୀରେ ସାମିଲ ହୋଇଛନ୍ତି। ଅନୀଲ ଝା କହିଛନ୍ତି ଯେ; କେଜ୍ରିୱାଲଙ୍କ ପାଇଁ ଦିଲ୍ଲୀରେ ନିର୍ଯାତିତ, ପଛୁଆ ବର୍ଗର ଲୋକ ଏବଂ ଆଦିବାସୀମାନଙ୍କୁ ଏବଂ ଖାସ କରି ପୂର୍ବାଞ୍ଚଳର ଲୋକଙ୍କୁ ସହାୟତା ମିଳିଛି। ମୁଁ ମଧୁବନୀରୁ ଦିଲ୍ଲୀ ପଢିବା ପାଇଁ ଆସିଥିଲି ଏବଂ ମୋ ଆଖିରେ ଥିଲା ଯେ, ପୂର୍ବାଞ୍ଚଳର ଲୋକଙ୍କୁ ସାହାରା ଦେବା ଲାଗି କିଛି ସାହାରା ମିଳୁ।