Xiaomi ଆଣିଲା HyperOS 2.0: ପୁଣି ମିଳିବ ନୂଆ AI ଫିଚର: କେଉଁ ଫୋନରେ ମିଳିବ ସୁବିଧା?

ଓଡ଼ିଶା ଭାସ୍କର: Xiaomi ତରଫରୁ ରୋଲ ଆଉଟ ହୋଇଛି ନୂଆ ଅପରେଟିଙ୍ଗ ସିଷ୍ଟମ HyperOS 2.0 । ୟୁଜରମାନଙ୍କ ଏକ୍ସପେରିଏନ୍ସକୁ ଆହୁରି ମଜାଦାର କରିବା ପାଇଁ Xiaomi ନୂଆ ଫିଚର ସାମିଲ କରିବାକୁ ଯାଉଛି । Xiaomi ଏହି ନୂଆ ଅପରେଟିଙ୍ଗ ସିଷ୍ଟମ HyperOS 2.0 ଲଞ୍ଚ୍ କରିଛି । ଆଣ୍ଡ୍ରଏଡ ୧୫ ଉପରେ ଆଦାରିତ ଏହି ଅପରେଟିଙ୍ଗ ସିଷ୍ଟମ ୟୁଜରଙ୍କ ପାଇଁ ବେଶ୍ ସ୍ପେସାଲ ରହିବ । ନୂଆ ୟୁଜର ଇଣ୍ଟରଫେସ୍(UI) ସହିତ AIରେ ମଧ୍ୟ ନୂଆ ଏବଂ ବଡ଼ ଅପଡେଟ ଆଣିପାରେ HyperOS 2.0 ।

ବର୍ତ୍ତମାନ Xiaomi ର ଅଧିକାଂଶ ମୋବାଇଲରେ HyperOS 1.0 ଉପଲବ୍ଧ ହୋଇଛି । ତେବେ ବର୍ତ୍ତମାନ କମ୍ପାନୀ ତରଫରୁ ଏହାର ନୂଆ ଅପଡେଟ HyperOS 2.0 ଲଞ୍ଚ୍ ହୋଇଯାଇଛି । ଏହି ଅପରେଟିଙ୍ଗ ସିଷ୍ଟମରେ AI ସାହାଯ୍ୟରେ କାମ କରୁଥିବା କିଛି ଟୁଲ୍ସ, ବିଭିନ୍ନ ଡିଭାଇସକୁ ସହଜରେ କନେକ୍ଟ କରିବାର ସୁବିଧା ଏବଂ ଏକ ନୂଆ UI ପାଇପାରିବେ Xiaomi ୟୁଜର । ଏହି ନୂଆ ଅପରେଟିଙ୍ଗ ସିଷ୍ଟମ Xiaomi ର ସମସ୍ତ ଡିଭାଇସରେ କାମ କରିବ ବୋଲି ଜାଣିବାକୁ ମିଳିଛି । ମୋବାଇଲ ଫୋନ୍ ବ୍ୟତୀତ ଟାବ୍ଲେଟ ଏବଂ ସ୍ମାର୍ଟ ୱାଚରେ ମଧ୍ୟ ଏହା ଉପଲବ୍ଧ ହୋଇପାରିବ ।

କେଉଁ ଫୋନରେ ଚାଲିବ Xiaomi HyperOS 2.0?

ସର୍ବପ୍ରଥମେ Xiaomi ର Xiaomi Mix Flip, Xiaomi 14 Series ଏବଂ Xiaomi 14T Pro ଇତ୍ୟାଦିରେ ଏହି ନୂଆ ଅପରେଟିଙ୍ଗ ସିଷ୍ଟମ ଉପଲବ୍ଧ ହେବ । ଏହାପରେ ଅନ୍ୟାନ୍ୟ Xiaomi ଫୋନ ଏହାର ଅପଡେଟ ପାଇପାରିବେ ।

Xiaomi Series : Mix Flip, 14T, 14T Pro, 14, 14 Ultra, 13T Pro
Redmi Series : Note 13, Note 13 Pro, Note 13 Pro Plus
Poco Series : F6 Pro, X6, X6 Pro, M6 Pro
Tablets and Wearables: Xiaomi Pad 6s Pro 12.4, Xiaomi Smart Band 9 Pro

ପ୍ରଥମେ ରିଲିଜ ହେବା ପରେ Xiaomi Series : 13 Series , Mi 11 Series , Redmi Series : Note 12 Series , Redmi 12 Series , Poco Series : F6, Poco X5 Pro 5G ରେ ଏହି ନୂଆ ଅପରେଟିଙ୍ଗ ସିଷ୍ଟମ ଜାରି କରିବ Xiaomi । ତେବେ ପୁରୁଣା Xiaomi ମୋବାଇଲ ଫୋନ ୟୁଜରଙ୍କ ପାଇଁ ଏହା ବିଳମ୍ବରେ ଉପଲବ୍ଧ ହୋଇପାରିବ ।

Features:

  • ପ୍ରତ୍ୟେକ ଥର ଆପଣଙ୍କ ଫୋନ୍ ସ୍କ୍ରିନରେ ଏକ ନୂଆ ୱାଲପେପର୍ ଦେଖାଯିବ, ଯାହା ଆପଣଙ୍କ ପସନ୍ଦ ଅନୁଯାୟୀ ବଦଳିଯିବ ।
  • ଆପଣ ନିଜ ଫୋନର ଭିଡିଓକୁ ଆହୁରି ସୁନ୍ଦର କରିପାରିବେ । ଆପଣ ଆପଣଙ୍କର ଫଟୋକୁ ଏକ ସୁନ୍ଦର ଆନିମେସନରେ ରୂପାନ୍ତର କରିପାରିବେ ।
  • Xiaomi ଟ୍ୟାବଲେଟ ଗୁଡିକରେ, ଆପଣ AI ସାହାଯ୍ୟରେ ନିଜ ହାତରେ ଅଙ୍କିତ ଚିତ୍ରଗୁଡ଼ିକୁ ଅତି ସୁନ୍ଦର ଡିଜିଟାଲ୍ ଚିତ୍ରରେ ପରିଣତ କରିପାରିବେ ।
  • ଏହା ବ୍ୟତୀତ ଆପଣଙ୍କ ଫୋନ୍ ସ୍କାମ କଲ୍ ଏବଂ ନକଲି ଭିଡିଓ ଗୁଡ଼ିକୁ ମଧ୍ୟ ଚିହ୍ନଟ କରିବ ।
  • HyperOS 2 ଏକ ନୂତନ ଡେସ୍କଟପ୍ ଦେବ ଯାହା ଭଲ ଦେଖାଯାଏ ଏବଂ ବ୍ୟବହାର କରିବା ସହଜ । ଏଥିରେ ନୂତନ ପ୍ରକାରର ୱିଜେଟ୍ ଅଛି, ଯାହା ଆପଣଙ୍କ ଫୋନ୍ ସ୍କ୍ରିନରେ ଭିନ୍ନ ସୂଚନା ଦେଖାଏ । ପାଣିପାଗ ସୂଚନା ମଧ୍ୟ ପ୍ରଦର୍ଶିତ ହେବ ।
  • HyperOS 2 ରେ HyperConnect ନାମକ ଏକ ନୂଆ ଫିଚର ସାହାଯ୍ୟରେ, ଆପଣ ଆପଣଙ୍କର Xiaomi ର ବିଭିନ୍ନ ଉପକରଣକୁ ସହଜରେ ସଂଯୋଗ କରିପାରିବେ । ଯେପରିକି ଫୋନ୍, ଟାବଲେଟ୍ ଏବଂ ସ୍ମାର୍ଟ ଘଣ୍ଟା । ଯଦି ଆପଣ ଚାଇନାରେ ରୁହନ୍ତି, ତେବେ ଆପଣ ଏହାକୁ ଆପଣଙ୍କର ଆଇଫୋନ୍ କିମ୍ବା ଆଇପ୍ୟାଡ୍ ସହିତ ମଧ୍ୟ ସଂଯୋଗ କରିପାରିବେ ।