ନୂଆଦିଲ୍ଲୀ: ବିବାହ ଜୀବନକୁ ସଫଳ କରିବା ପାଇଁ ସେକ୍ସ ଲାଇଫର ଆବଶ୍ୟକତା ଗୁରୁତ୍ବପୂର୍ଣ୍ଣ ଅଟେ । ଶାରୀରିକ ସମ୍ପର୍କ ଦ୍ବାରା ଚିନ୍ତା, ଅବସାଦ ଏବଂ ମନୋମାଳିନ୍ୟକୁ ଦୂର କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ବାସ୍ଥ୍ୟପକ୍ଷେ ବେଶ ଲାଭଦାୟକ ହୋଇଥାଏ ଶାରୀରିକ ସମ୍ପର୍କ । କିନ୍ତୁ ଅନେକ ସମୟରେ ଦୂରତା ଏବଂ ମନୋମାଳିନ୍ୟ କାରଣରୁ ଶାରୀରିକ ସମ୍ପର୍କ ରଖିବାରୁ ବଞ୍ଚିତ ହୋଇଥାନ୍ତି ଦମ୍ପତି । ତେବେ ଶାରୀରିକ ସମ୍ପର୍କ କେବଳ ଶରୀର ଉପରେ ପ୍ରଭାବ ପକାଏ ନାହିଁ ବରଂ ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଦୀର୍ଘଦିନ ଧରି ସେକ୍ସ ନକରିବା ଦ୍ବାରା ଏହା ଶରୀର ଉପରେ ଗଭୀର କୁପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ଦ୍ବାରା ହାର୍ଟ ସମସ୍ୟା ବୃଦ୍ଧି ହୋଇଥାଏ ।
- ନିଦ୍ରାହୀନତା- ଦୀର୍ଘଦିନ ଧରି ସେକ୍ସ ନକରିବା ଦ୍ବାରା ଶରୀରରେ ପୋଲେକ୍ଟିନ ଏବଂ ଅକ୍ସିଟୋସିନ ଉତ୍ପାଦନ କମ୍ ହୋଇଥାଏ । ଏହା ଦ୍ବାରା ନିଦ୍ରାହୀନତା ଦେଖାଯାଇଥାଏ । ନିଦ ସମସ୍ୟା କାରଣରୁ ଅବସାଦ, ଚିନ୍ତା ଏବଂ ଡିପ୍ରେସନ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ ।
- ହାର୍ଟ ସମସ୍ୟା- ଏକ୍ସପର୍ଟଙ୍କ କହିବା ଅନୁସାରେ, ମାସକୁ ଥରେ କିମ୍ବା ତାଠାରୁ କମ୍ ସେକ୍ସ କରିବା ଦ୍ବାରା ହାର୍ଟରେ ସମସ୍ୟା ବୃଦ୍ଧି ପାଇଥାଏ । ହାର୍ଟକୁ ସୁସ୍ଥ ରଖିବା ପାଇଁ ସପ୍ତାହକୁ 2 ଥର ସେକ୍ସ କରିବା ଜରୁରୀ ଅଟେ । ଏହା ଦ୍ବାରା ମାଂସପେଶୀ, ଚିନ୍ତା, ହାର୍ଟ ସମସ୍ୟା ଆଶଙ୍କା କମ୍ ହୋଇଥାଏ ।
- ହରମୋନ ସମସ୍ୟା- ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନରଖିବା ଦ୍ବାରା ମହିଳାଙ୍କର ଏଥିପ୍ରତି ଇଚ୍ଛା କମ୍ ହୋଇଯାଇଥାଏ । ମହିଳାଙ୍କର ଯୌନିରେ ଟିସୁ ସଙ୍କୁଚିତ ହୋଇଥାଏ । ଏହା ଦ୍ବାରା କୁଣ୍ଡେଇ ହେବା ସହିତ ଫୁଲା ସମସ୍ୟା ମଧ୍ୟ ଦେଖାଯାଇଥାଏ ।
- ସମ୍ପର୍କରେ ଫାଟ- ସେକ୍ସ ସମ୍ପର୍କକୁ ମଜଭୁତ କରି ରଖିଥାଏ । କିନ୍ତୁ ଦୀର୍ଘ ସମୟ ଧରି ଏହା ନକରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ନକରାତ୍ମକ ପ୍ରଭାବ ପଡିଥାଏ । ଶାରୀରିକ ଦୂରତା ଉଭୟଙ୍କର ମଧ୍ୟରେ ସମ୍ପର୍କକୁ ଦୂର କରିଥାଏ ।