OSSC ପକ୍ଷରୁ ଚାକିରି ବିଜ୍ଞପ୍ତି: ଅବକାରୀ SI ଓ ଟ୍ରାଫିକ୍ SIଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ଅବକାରୀ ସବ-ଇନ୍ସପେକ୍ଟର (ଏସଆଇ) ଓ ଟ୍ରାଫିକ ଏସଆଇ । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ବିଭିନ୍ନ ବିଭାଗ ଅଧିନରେ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ନଭେମ୍ବର ୨୫ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୪ରେ ଶେଷ ହେବ । ସେହିପରି ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପ୍ରକ୍ରିୟା ନଭେମ୍ବର ୨୫ରୁ ଆରମ୍ଭ ହୋଇ ଯଥାକ୍ରମେ ଡିସେମ୍ବର ୨୭ ଓ ୩୦ ତାରିଖରେ ସମାପ୍ତ ହେବ ।

କଟକ ସ୍ଥିତ ଓଡ଼ିଶା ଟ୍ରାନ୍ସପୋର୍ଟ କମିଶନର-କମ-ଚେୟାରମ୍ୟାନ-ଏସଟିଏ ବିଭାଗରେ ୨୧ ଜଣ ଟ୍ରାଫିକ ଏସଆଇଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କଟକ ସ୍ଥିତ ଓଡ଼ିଶା ଅବକାରୀ କମିଶନର ବିଭାଗରେ ୧୦ ଜଣ ଅବକାରୀ ଏସଆଇଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଆଦି ବର୍ଗରେ ନିଯୁକ୍ତି ଦିଆଯିବ । ଟ୍ରାଫିକ ଏସଆଇ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତି ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠାନରୁ କଳ/ ବିଜ୍ଞାନ/ ବାଣିଜ୍ୟ/ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପାସ୍ କରିବା କରିଥିବେ । ସେହିପରି ଅବକାରୀ ଏସଆଇ ପଦ ପାଇଁ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ ।