ନୂଆଦିଲ୍ଲୀ: ପୋଲିସ ଏବଂ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଅଧିକାରୀ ଚାପୁଡା ମାରିବା କାରଣରୁ ତାଙ୍କୁ ପାଲଟା ଚାପୁଡା ଦେଇଛନ୍ତି ଯୁବକ ଜଣକ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶର ଟିକମଗଢ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁସାରେ, ଟିକମଗଢ ଜିଲ୍ଲା ବଡଗାଁ ଧସାନ ଥାନା କ୍ଷେତ୍ରରେ ଦରଭଙ୍ଗା ଗ୍ରାମର ଏହି ଘଟଣା । ଉକ୍ତ ଗ୍ରାମର ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ଏହାପରେ ବଡଗ୍ରାମ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ସମାଧାନ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା ।
ଏହାକୁ ନେଇ ଥାନା ଅଧିକାରୀ ଏକ ଯୁବକକୁ ଚାପୁଡା ମାରିଦେଇଥିଲେ । ଏହାପରେ ଯୁବକଜଣକ ମଧ୍ୟ ଛାଡି ନଥିଲା । ସେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଏକ ଶକ୍ତ ଚାପୁଡା ଦେଇଥିଲା । ତେବେ ପୋଲିସ ଯଦି ଠିକ୍ ସମୟରେ ଆହତଙ୍କୁ ହସ୍ପିଟାଲ ନେଇଥାନ୍ତା ତାହେଲେ ଜୀବନ ବଞ୍ଚି ପାରିଥାନ୍ତା ବୋଲି ଗ୍ରାମବାସୀ ଅକ୍ରୋଶ ପ୍ରକାଶ କରିଛନ୍ତି । ତେବେ ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
#टीकमगढ़ -महिला टीआई को युवक ने मारा #थप्पड़, इससे पहले महिला थाना प्रभारी ने जड़ा था #तमाचा, #बड़ागांव थाना क्षेत्र के #दरगुवां गांव का मामला #Tikamgarh @SPTikamgarh #Slapped @MPPoliceDeptt #MPNews#police #madhyapradesh #viralvideos #trendingreels pic.twitter.com/vCG20vsU6H
— Kamal kushwah (@kamalksarkari) November 18, 2024