(Video) ଏ ଦୁନିଆରେ କ’ଣ ଚାଲିଛି! ଭିକାରି ପରିବାରଙ୍କ ଭୋଜିରେ ଖର୍ଚ୍ଚ ହେଲା ୩୮ ଲକ୍ଷ ଟଙ୍କା, ସାମିଲ ହେଲେ ୨୦ ହଜାର ଲୋକ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅସାଧାରଣ ତଥା ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଥାଏ । ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଜିନିଷ ହୋଇଥିବା ବେଳେ କାହା ପାଖରେ ଟଙ୍କାଟିଏ ନାହିଁ ତ ଆଉ କିଏ ଅର୍ଥ ପ୍ରାଚୁର୍ଯ୍ୟରେ ବୁଡ଼ି ରହିଛି । କିଛି ଲୋକ ପେଟକୁ ଦି’ ମୁଠା ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକ ନିଜର ବିବାହ, ଜନ୍ମଦିନରେ କୋଟି କୋଟି ଟଙ୍କା ଉଡ଼ାଇ ଦେଇଥାନ୍ତି । ପେଟ ପୋଷିବା ପାଇଁ ଅନେକ ଲୋକ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି । ତେବେ ଜଣେ ଭିକାରି ଯଦି ଭୋଜିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବ, ତେବେ ଆପଣଙ୍କ ଏ କ୍ଷେତ୍ରରେ କ’ଣ ଭାବିବେ? ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଭିକାରି ଏତେ ପଇସା କେଉଁଠୁ ଆଣିଲା ବୋଲି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ତେବେ ଏହା ମଧ୍ୟରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ନିଜର ଗ୍ରାଣ୍ଡ ମଦରଙ୍କ ବିୟୋଗ ପରେ ଗୋଟିଏ ଭିକାରି ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ବା (୧.୧୫ କୋଟି ପାକିସ୍ତାନୀ ଟଙ୍କା) ଖର୍ଚ୍ଚ କରିଦେଇଛନ୍ତି । ଏହି ଗ୍ରାଣ୍ଡ ଫିଷ୍ଟରେ ଭଳିକି ଭଳି ଆଇଟମ୍ ପ୍ରସ୍ତୁତ ହୋଇଥିବା ବେଳେ ପାଖାପାଖି ୨୦ ହଜାର ଲୋକ ସେଥିରେ ସାମିଲ ହୋଇଥିଲା । ଗ୍ରାଣ୍ଡ ମଦରଙ୍କ ମୃତ୍ୟୁର ୪୦ ଦିନ ପରେ ଏହି ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା । ତେବେ ପାକିସ୍ତାନରୁ ଆସିଥିବା ଏହି ଘଟଣା ବିଷୟରେ ଶୁଣିବା ପରେ ଅନେକ ଲକ୍ଷପତି ଓ କୋଟିପତି ଲୋକ ମଧ୍ୟ ଚକିତ ହୋଇଯାଇଛନ୍ତି ।
Beggars in Gujranwala reportedly spent Rs. 1 crore and 25 lacs on the post funeral ceremony of their grand mother 🤯🤯
Thousands of people attended the ceremony.
They also made arrangement of all kinds of meal including beef, chicken, matranjan, fruits, sweet dishes 😳😳 pic.twitter.com/Jl59Yzra56— Ali (@PhupoO_kA_betA) November 17, 2024