ରିଓ ଡି ଜେନେରିଓ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ତାଙ୍କ ଇଟାଲୀୟ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱୀପାକ୍ଷିକ ବୈଠକ କରିଛନ୍ତି । ସ୍ଥାନୀୟ ସମୟ ଅନୁସାରେ ହୋଇଥିବା ଏହି ଦ୍ୱୀପାକ୍ଷିକ ବୈଠକରେ ଉଭୟ ନେତା ସାଂସ୍କୃତିକ ଓ ପବ୍ଲିକ ରିଲେସନ୍ସକୁ ମଜବୁତ କରିବାରେ ସହିତ ବ୍ୟାପାର, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ ।
ଏହି ଦ୍ୱୀପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ରିଓ ଡି ଜେନେରିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭେଟି ଖୁସି ଅନୁଭବ ହେଲା । ପ୍ରତିରକ୍ଷା, ସୁରକ୍ଷା, ବ୍ୟାପାର ଏବଂ ପ୍ରଯୁକ୍ତିବିଦ୍ୟାରେ ବିଷୟରେ ଆମ ଚର୍ଚ୍ଚା କେନ୍ଦ୍ରିତ ଥିଲା । ସଂସ୍କୃତି, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗିତାକୁ ବୃଦ୍ଧି କରିବା ଦିଗରେ ଆମେ କଥାବାର୍ତ୍ତା ହୋଇଥିଲୁ । ଏହା ବ୍ୟତୀତ ଭାରତ ଓ ଇଟାଲୀ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।’
#WATCH | Prime Minister Narendra Modi and Italian Prime Minister Giorgia Meloni hold bilateral meeting on the sidelines of the 19th G-20 summit, Rio de Janeiro, Brazil
(Source – DD News) pic.twitter.com/mVjOKkuJ4O
— ANI (@ANI) November 18, 2024
Glad to have met Prime Minister Giorgia Meloni on the sidelines of the Rio de Janeiro G20 Summit. Our talks centred around deepening ties in defence, security, trade and technology. We also talked about how to boost cooperation in culture, education and other such areas.… pic.twitter.com/BOUbBMeEov
— Narendra Modi (@narendramodi) November 18, 2024