ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ଫରିଦାବାଦରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗରେ ଗିରଫ କରିଛି । ଅଧିକାରୀମାନେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ପତ୍ନୀ ଥାନାରେ ଏହି ମାମଲା ରୁଜୁ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ତାଙ୍କୁ ହେପାଜତରେ ନିଆଯାଇଛି । ସେହିପରି ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଛି ।
ଅଭିଯୁକ୍ତଙ୍କ ସ୍ତ୍ରୀ ଅଭିଯୋଗରେ ଦୁଷ୍କର୍ମର ମାମଲା ରୁଜୁ କରିଛନ୍ତି । ଏହି ନାବାଳିକାଙ୍କ ବୟସ ଯଥାକ୍ରମେ ୧୧ ଏବଂ ୧୩ ବର୍ଷ । ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି ଯେ, ସେ ଦିନ ମଜୁରି କାମ କରନ୍ତି ଏବଂ ତାଙ୍କ ସ୍ୱାମୀ ଜଣେ ନିଶାଖୋର ବ୍ୟକ୍ତି ।
୧୫ ନଭେମ୍ବରରେ ଯେତେବେଳେ ମହିଳା ଜଣଙ୍କ କାମ ସାରି ଘରକୁ ଫେରିଥିଲେ, ଏହି ସମୟରେ ତାଙ୍କ ୧୩ ବର୍ଷୀୟ ଝିଅ ଏହି ଦୁଷ୍କର୍ମ ବିଷୟରେ କହିଥିଲେ । ତେବେ ଏତଲାରେ ସେହି ମହିଳା ଜଣକ କହିଛନ୍ତି ଯେ, ଅଭିଯୁକ୍ତ କିଛି ଦିନ ତଳେ ତାଙ୍କ ସାନ ଝିଅ ସହ ମଧ୍ୟ ଦୁଷ୍କର୍ମ କରିଥିଲେ । ସେ ଏହି କଥା କାହାକୁ କହିବାକୁ ଆମକୁ ଧମକ ଦେଇଥିଲେ । ତେବେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ରବିବାର ଦିନ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା ।