ଓଡିଶା ଭାସ୍କର- ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ ଗତ ଜୁନରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ଫସି ରହିଛନ୍ତି । ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅତ୍ୟନ୍ତ ଦୁର୍ବଳ ଦିଶୁଛନ୍ତି । ତାଙ୍କ ଫଟୋକୁ ନେଇ ଚିନ୍ତାରେ ଲୋକେ । ତେବେ ନ୍ୟୁ ଇଙ୍ଗଲଣ୍ଡ ସ୍ପେର୍ଟ୍ସ ନେଟ ୱର୍କକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ଲୋକଙ୍କ ଚିନ୍ତା ଦୂର କରିଛନ୍ତି । ସୁନିତା କହିଛନ୍ତି, ମତେ ଲାଗୁଛି ମୋର ଶରୀରରେ ଅନେକ ପରିବର୍ତ୍ତନ ଆସିଛି , ହେଲେ ଓଜନ ପୂର୍ବପରି ରହିଛି । ମୋର ଓଜନ କମିବା ନେଇ ଅପ ପ୍ରଚାର ହେଉଛି ।
ସୁନିତା କହିଛନ୍ତି, ମାଇକ୍ରୋଗ୍ରାଭିଟି ପାଇଁ ତାଙ୍କ ଶରୀରରେ କିଛି ପରିବର୍ତ୍ତନ ହୋଇଛି । ଏପରି ସ୍ଥିତିରେ ଶାରୀରରେ ଥିବା ତରଳ ପଦାର୍ଥ ଉପରେ ଆଡକୁ ଆସିଥାଏ । ଫଳରେ ମହାକାଶଚାରୀଙ୍କ ମୁହଁ ଫୁଲିଯାଏ । ଶରୀରର ତଳ ଅଂଶ ଦୁର୍ବଳ ହୋଇଯାଏ । ପରିବେଶ ଶରୀର ଉପରେ ପ୍ରଭାବ ପକାଇଥାଏ । ଏହି ସ୍ଥିତିର ସାମ୍ନା କରିବାକୁ ବିଶେଷ ପ୍ରକାରର ଡାଏଟ ନେବାକୁ ହୋଇଥାଏ । ସେ ଆହୁରି କହିଛନ୍ତି, ମୋର ଜଙ୍ଘ ଅଳ୍ପ ବଡ । ଶରୀର ସାମାନ୍ୟ ଅଲଗା ଅନୁଭବ ହେଉଛି । ହାଡର ଘନତାକୁ ବଜାୟ ରଖିବାକୁ ଅନେକ ଉପାୟ ଅବଲମ୍ବନ କରିଥାଉ ।
ମହାକାଶରେ ସୁନିତା ସାଇକେଲିଂ, ଟ୍ରେଜମିଲ ଦୌଡ, ବିଭିନ୍ନ ଉପକରଣ ସହ ପ୍ରଶିକ୍ଷଣ କରୁଛନ୍ତି । ସେ ସବୁ ସତ୍ତେ୍ୱ ମହାକାଶରେ ମହାକାଶଚାରୀଙ୍କ ହାଡର ଦ୍ରବ୍ୟମାନ ପ୍ରତି ମାସ ୧-୨ ପ୍ରତିଶତ ହ୍ରାସ ପାଇଥାଏ । ବିଶେଷଭାବେ ମେରୁଦଣ୍ଡ, ଗୋଡ ହାତର ହାଡ ଉପରେ ମହାକାଶର ପ୍ରଭାବ ପଡିଥାଏ ।