(Video) କିଛି ନାରୀ ବାବା ବେଶଧାରୀଙ୍କ ପ୍ରତି କାହିଁକି ଆକୃଷ୍ଟ ହେଉଛନ୍ତି: ସବୁ କାରଣ ବୁଝାଇଲେ ବାବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଜଣେ ନାବାଳକଙ୍କ କଳକୀ ଅବତାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବେଶ୍ ଚର୍ଚ୍ଚା ଚାଲିଛି । ରାଜଧାନୀର ଖଣ୍ଡଗିରିରେ ସରକାରୀ ଜମିରେ ରହିଥିବା ଶ୍ରୀ ବୈକୁଣ୍ଠ ଆଶ୍ରମକୁ ନେଇ ଏବେ ଅନେକ ଗୁମର ଖୋଲିବାରେ ଲାଗିଛି । ଜଣେ ନାବାଳକଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯିବା ସହ ପାଦ ତଳେ ଫୁଲ, ତୁଳସୀ ଦେଇ ପୂଜା କରାଯାଉଥିଲା । ଏହି ଘଟଣାକୁ ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଥିଲା । ତେବେ ବାବାଙ୍କ ସୁନ୍ଦରୀ ଯୁବତୀଙ୍କ ସହିତ ବୁଲୁଥିବା ନେଇ ଅନେକ ବୟାନ ଦେଇଛନ୍ତି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମ ସମାଜରେ ଦେଖାଯାଉଥିବା ଏଭଳି ଅନେକ ନକଲି / ଅସଲି ବାବାଙ୍କ ପ୍ରତି ଅଧିକାଂଶ ନାରୀ କାହିଁକି ଆକୃଷ୍ଟ ହୁଅନ୍ତି? ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏହା ପଛର କାରଣ ବୁଝାଇ କହିଛନ୍ତି ଜଣେ ବାବା । ଏହି ଘଟଣା ପଛରେ ରହିଥିବା ଅନେକ ଗୋପନ ରହସ୍ୟ ଏବେ ଲୋକଲୋଚନକୁ ଆସି ସାରିଲାଣି । ଅନେକ ଲୋକ ବାବା ସାଜି ଲୋକଙ୍କୁ ଭକୁଆ ବନାଇ ସମାଜକୁ କଳଙ୍କିତ କରୁଛନ୍ତି । ବାବା କହିଦେଲେ ଯଦି ସନ୍ତାନ ଜନ୍ମ ହୋଇପାରନ୍ତା, ତେବେ ଆମ ସମାଜରେ ଆଉ ବନ୍ଧ୍ୟା ନାରୀ ରୁହନ୍ତେ ନାହିଁ । ନାରୀ ପୁରୁଷକୁ ଓ ପୁରୁଷ ନାରୀକୁ ଭଲ ପାଇବା ଏହା ସୃଷ୍ଟିର ନିୟମ ଅଟେ । ମାତ୍ର ବାବାଙ୍କୁ ନେଇ ଅନେକ ଲୋକଙ୍କ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ରହିଛି । କିଛି ନାରୀମାନେ ପଇସା ପାଇବା ପାଇଁ କିଛି ବେଶଧାରୀ ବାବାଙ୍କ ପାଖରେ ପହଞ୍ଚି ଯାଉଛନ୍ତି । ବାବାମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି । ପରପୁରୁଷ ଲାଳସାରେ ଅନେକ ନାରୀ ମଧ୍ୟ ଉଜ୍ଜୀବିତ ରହୁଥିବା ଦେଖାଯାଉଛି । ସବୁ ବାବା ଖରାପ ନୁହନ୍ତି, କିଛି ଆତ୍ମଘୋଷିତ ବାବା ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି । କିଛି ନାରୀ ବାବାଙ୍କ ପ୍ରଲୋଭନରେ ପ୍ରଥମେ ପଡ଼ୁଛନ୍ତି ଓ ପରବର୍ତ୍ତୀ ସମୟରେ ସେ ସେଥିରୁ ବାହାରି ପାରୁ ନାହାନ୍ତି ।