ଭାରତ-ଚାଇନା ବିବାଦର ହେବ ଅନ୍ତ ! ଲଗାତର ୨ ଥର ଭେଟ ହେଲେଣି ମୋଦୀ-ଜିନପିଙ୍ଗ

ବେଜିଂ: ବ୍ରାଜିଲ ରାଜଧାନୀ ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ସହ ଏଠାରେ ଦ୍ୱିତୀୟଥର ପାଇଁ ଭେଟ କରିଛନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ । ଲଗାତର ଭାବେ ଦୁଇ ରାଷ୍ଟ୍ରନେତା ଦୁଇଥର ପରସ୍ପରକୁ ଭେଟ କରିସାରିଲେଣି । ଏହା ପୂର୍ବରୁ ରୁଷିଆର କାଜାନରେ ଆୟୋଜିତ ବ୍ରିକ୍ସ ଅମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଚୀନ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ । ଏ ନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ଲିନ୍ ଜିଆନ୍ ସୂଚନା ଦେଇଛନ୍ତି । ଆପୋସ ବୁଝାମଣା ସହ ଚାଇନା ଭାରତ ସହିତ ମିଶି କାମ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । କିନ୍ତୁ ଦୁଇ ରାଷ୍ଟ୍ର ନେତାଙ୍କ ଭିତରେ କ’ଣ ଆଲୋଚନା ହୋଇଥିଲା ଏବଂ ସେମାନେ କି ପ୍ରକାର ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ମନ୍ତ୍ରଣାଳୟ ନିକଟରେ ଖବର ନ ଥିବା ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ କାଜାନ ସଭାରେ ଦୁଇ ରାଷ୍ଟ୍ର ମୁଖ୍ୟ ଇଣ୍ଡିଆ-ଚାଇନା ଏଗ୍ରିମେଣ୍ଟ, ଏଲଏସି ନିକଟରେ ପାଟ୍ରୋଲିଂ ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି । ୫୦ ମିନିଟର ଆଲୋଚନାରେ ସୀମା ବିବାଦର ସମାଧାନ ଦୁଇ ଦେଶର ବୁଝାମଣାରେ ସମାଧାନ କରିବା ପାଇଁ ପ୍ରସ୍ଥାବ ଦେଇଥିବା ସେ କହିଛନ୍ତି ।

ଅନ୍ୟପଟେ ଜି ୨୦ ସମ୍ମିଳନୀରେ ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚାଇନା ପ୍ରତିପକ୍ଷ ୱାଙ୍ଗ ଇ ଭେଟିଛନ୍ତି । ଭାରତ ସହିତ ଚାଇନା ନୂଆ କି ଭଲ ସମ୍ପର୍କ ଗଢ଼ିବାକୁ ଯାଉଥିବା ୱାଙ୍ଗ କହିଛନ୍ତି । ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଶାନ୍ତି ପ୍ରତିଷ୍ଠା ନେଇ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହେଲେ ସୀମା ବିବାଦର ସମାଧାନ ହୋଇଯିବ । ଯଦି ପୁଣି ଚାଇନା ନିଜର ଦୋମୁହାଁ ନୀତି ଆପଣାଇବ ତେବେ ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଅସମ୍ଭବ ।