ତୋଶାଖାନ୍ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ଦେଲେ ଇସଲାମାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଇସଲାମାବାଦ ହାଇକୋର୍ଟ ତୋଶାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବୁଧବାର ଇସଲାମାବାଦ ହାଇକୋର୍ଟର ବିଚାରପତି ମିଆଁ ଗୁଲ ଔରଙ୍ଗଜେବ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିବା ସହ ବଣ୍ଡ ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୁକ୍ତ ଅନ୍ୟ କୌଣସି ମାମଲାରେ ଚାହୁଁନଥିବ ତେବେ ତାଙ୍କୁ ମୁକ୍ତ କରାଯାଉ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ଏହା ପୂର୍ବରୁ ଇସଲାମାବାଦ ହାଇକୋର୍ଟ ମଧ୍ୟ ଏହି ମାମଲାରେ ଇମ୍ରାନଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ଜାମିନରେ ମୁକ୍ତ କରିଥିଲେ । ତେବେ ଏହି ମାମଲାରେ ଜାମିନ ମିଳିବା ପରେ ମଧ୍ୟ ଇମ୍ରାନ ଖାନ ଏପର୍ଯ୍ୟନ୍ତ ଜେଲରୁ ମୁକୁଳିପାରିବେ ନାହିଁ । ଇମ୍ରାନଙ୍କ ଦଳ ପିଟିଆଇ ଅନୁଯାୟୀ, ଇମ୍ରାନ ଖାନଙ୍କୁ ଦୁଇ ଡଜନରୁ ଅଧିକ ମାମଲାରେ ଜାମିନ ମିଳିଛି ।

ଏହା ବ୍ୟତୀତ ଅନ୍ୟ କେତେକ ମାମଲାରେ ମଧ୍ୟ ତାଙ୍କ ନାମ ଜଡ଼ିତ ରହିଛି । ନଭେମ୍ବର ୩୦ରେ ଲାହୋର କୋର୍ଟରେ ଶୁଣାଣି ବେଳେ ଯଦି ଇମ୍ରାନ ଖାନଙ୍କୁ ଜାମିନ ମିଳେ ତେବେ ତାଙ୍କୁ ମଧ୍ୟ ଜେଲରୁ ମୁକ୍ତ କରାଯାଇପାରିବ ।