NATO ଏବଂ କାନାଡା ପାଇଁ ନୂତନ ଆମେରିକୀୟ ରାଷ୍ଟ୍ରଦୂତ ଘୋଷଣା କଲେ ଟ୍ରମ୍ପ, ଚିନ୍ତାରେ ୟୁରୋପୀୟ ୟୁନିୟନ ଏବଂ ଟ୍ରୁଡୋ

ୱାଶିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ନାମ ଚୂଡ଼ାନ୍ତ ହୋଇଛି । ବୁଧବାର ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ(NATO )ରେ ଆମେରିକୀୟ ରାଷ୍ଟ୍ରଦୂତ ପାଇଁ କାର୍ଯ୍ୟନିର୍ବାହୀ ଆଟର୍ଣ୍ଣି ଜେନେରାଲ ମାଥ୍ୟୁ ଜୀ ହ୍ୱିଟେକରଙ୍କ ନାମ ଘୋଷଣା କରିଥିଲେ । ଏହା ପରେ କାନାଡା ପାଇଁ ପୂର୍ବତନ ସାଂସଦ ପିଟ୍ ହୋକେଷ୍ଟ୍ରାଙ୍କୁ ମନୋନିତ କରିଥିଲେ । ଏହି ନାମଗୁଡ଼ିକର ଘୋଷଣା ସହିତ ୟୁରୋପୀୟ ୟୁନିୟନ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଚିନ୍ତା ବୃଦ୍ଧି ପାଇଛି ।

କହିରଖୁଛୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହି ଦୁଇ ବ୍ୟକ୍ତି ଅତି ନିକଟତର । ତାଙ୍କ ପ୍ରତି ବିଶ୍ୱସ୍ତ ରହିପାରୁଥିବା ଭଳି ବ୍ୟକ୍ତିଙ୍କ ନାମ ଚୟନ କରିଛନ୍ତି । ତେଣୁ ୟୁରୋପୀୟ ୟୁନିୟନ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଚିନ୍ତା ବୃଦ୍ଧି ପାଇବା ସ୍ୱାଭାବିକ । ଏହା ପୂର୍ବରୁ ଟ୍ରମ୍ପ ଇସରାଏଲ ରାଷ୍ଟ୍ରଦୂତଙ୍କ ନାମ ମଧ୍ୟ ଚୂଡ଼ାନ୍ତ କରିଥିଲେ । କାନାଡା ରାଷ୍ଟ୍ରଦୂତ ପାଇଁ ମନୋନିତ ହୋଇଥିବା ହୋକେଷ୍ଟ୍ରା କଂଗ୍ରେସ(ଆମେରିକୀୟ ସଂସଦ) ମିଶିଗାନର ୨ୟ ଜିଲ୍ଳାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । ଏହି ସମୟରେ ମଧ୍ୟରେ ସେ ଲୋକସଭାର ଗୁପ୍ତଚର କମିଟିର ସଦସ୍ୟ ଥିଲେ ।