Breaking: ବଢିଲା 3 ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ, ଚଳିତ ମାସରେ ଶେଷ ହେଉଥିଲା…

ଭୁବନେଶ୍ବର: 3 ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । 3ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କର 6 ମାସ କାର୍ଯ୍ୟକାଳ ବଢାଇଲେ କୁଳାଧିପତି । ଉତ୍କଳ, ରମାଦେବୀ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବଢାଯାଇଛି । ଏହି 3 ବିଶ୍ବବିଦ୍ୟାଳୟର କୁଲପତିଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଥିଲା । କୁଲପତିମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିଲେ ହେଁ ନୂଆ କୂଳପତିଙ୍କୁ ଚୟନ କରାଯାଇ ପାରି ନାହିଁ । ଫଳରେ କାର୍ଯ୍ୟରତ କୁଳପତିଙ୍କ କାର୍ଯ୍ୟକାଳକୁ ଆଉ 6 ମାସ ବୃଦ୍ଧି କରାଯାଇଛି । କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କର ନଭେମ୍ବର ୨୬ , ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର ନଭେମ୍ବର ୨୩ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ତାରିଖରେ ଶେଷ ହେଉଥିବା ନେଇ ସୂଚନା ମିଳିଛି ।