ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଛାତ ଉପରେ କୌଣସି ଜିନିଷ ନ ରଖିବା ଆବଶ୍ୟକ । କାରଣ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯାହାକି ଜୀବନରେ ଅନେକ ସମସ୍ୟାକୁ ବରଣ କରିଥିଏ । ଯଦି ଘରେ ଆପଣ ଶାନ୍ତି ଏବଂ ସୁଖ ଆଣିବାକୁ ଚାହୁଁଛନ୍ତି ତେବେ ଏହି ଜିନିଷଗୁଡିକୁ ଭୁଲରେ ବି ନିଜ ଛାତ ଉପରେ ରଖନ୍ତୁନି । ଆସନ୍ତୁ ଜାଣିବା..
ଜ୍ୟେତିଷଶାସ୍ତ୍ର ଅନୁସାରେ, ଘରର ଛାତ ଉପରେ ଭାଙ୍ଗି ଯାଇଥିଲା ଆସବାବପତ୍ର ବା ଫର୍ଣ୍ଣିଚର ରଖନ୍ତୁ ନାହିଁ । ଏହା ରହିଲେ ଘରେ ସର୍ବଦା କଳହ ଲାଗିରହିଥାଏ । ଯାହାଦ୍ୱାରା ପରିବାରରେ ସୁଖ-ଶାନ୍ତି ଦୂରେଇଯାଇଥାଏ ।
ମାନ୍ୟତା ଅନୁସାରେ, ଘରର ଛାତ ଉପରେ ଭାଙ୍ଗି ଯାଇଥିବା ବାସନ ରଖନ୍ତୁ ନାହିଁ । ଏହି ଜିନିଷ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯେଉଁଥିରେ ଘରର ଶୁଭ ଜିନିଷ ନଷ୍ଟ ହୋଇଯାଇଥାଏ ।
ଘରର ଛାତ ଉପରେ କଣ୍ଟା ଜାତୀୟ ଉଭିଦ ରଖନ୍ତୁ ନାହିଁ । ଏହା ପିଲାମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏହା ପିଲାମାନଙ୍କର ବିକାଶ ଉପରେ ପ୍ରଭାବ ପକାଇଥାଏ । ଏଥିସହ ଘରକୁ ନକରାତ୍ମକ ଶକ୍ତିକୁ ଟାଣିଥାଏ ।
ଝାଡୁକୁ ଘର ଛାତ ଉପରେ ରଖିଲେ ଆର୍ଥିକ ହାନି ହୋଇଥାଏ । ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡିପାରେ, ଏବଂ ଧନର ଅଭାବ ହୋଇଥାଏ ।
ଜ୍ୟେତିଷ ଶାସ୍ତ୍ର ଅନୁସାରେ, ଘରର ଛାତ ଉପରେ ଜଙ୍କ ଲାଗିଥିବା କୁହା ଜିନିଷ ରଖନ୍ତୁ ନାହିଁ । ଏହା ରଖିବା ଦ୍ୱାରା ଶନିଦେବ ରାଗିଯାଇଥାଆନ୍ତି । ଏଥିରେ ଘରର ସଦସ୍ୟ ଦୁଃଖ ଏବଂ ସମସ୍ୟାର ସାମ୍ନା କରିଥାଆନ୍ତି ।
ବାସ୍ତୁ ଅନୁଯାୟୀ, ଛାତ ଉପରେ ଗଛର ପତ୍ର ଜମା ହେଲେ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିପାରେ । ଏହା ଘରର ଧନ ପ୍ରବାହକୁ ଅବରୋଦ୍ଧ କରିପାରେ ।
ଘରର ଛାତ ଉପରେ ବାଉଁଶ ନ ରଖିବା ଆବଶ୍ୟକ । ଯଦି କିଛି କାମ ରହୁଛି ତେବେ, କାମ ସରିବା ପରେ ଛାତରୁ ହଟାଇଦିଅନ୍ତୁ । କାରଣ ଏହା ଘରକୁ ବଡ଼ ସମସ୍ୟା ଆଣିଥାଏ । ଏଥିରେ ଘରର କୌଣସି ପ୍ରକାର ସମସ୍ୟା ଆସିପାରେ ।