ନୂଆଦିଲ୍ଲୀ: ଛୁଆକୁ ବଡ କରି ଚାକିରି କରାଇବାର ସ୍ବପ୍ନ ସମସ୍ତେ ଦେଖିଥାନ୍ତି । ନିଜେ ନଖାଇ ମଧ୍ୟ ଛୁଆକୁ ଖାଇବାକୁ ଦେଇଥାନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ପାଠ ପଢାଇଥାନ୍ତି । ତେବେ ଛୁଆ ବଡ ହେବା ପରେ ବାପାମାଆଙ୍କୁ ଭଲରେ ରଖୁ ବୋଲି ମଧ୍ୟ ସେମାନେ ଚାହିଁଥାନ୍ତି । ତେବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କର ଆଖିରେ ମଧ୍ୟ ଲୁହ ଆସିଯିବ ।
ମାଆ ପୁଅର ସମ୍ପର୍କ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ନିଜ ପୁଅର କର୍ମକ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ମାଆ ପଇଡ ବିକ୍ରି କରୁଥିବା ବେଳେ ପୁଅ ମଧ୍ୟ କାର୍ଯ୍ୟକ୍ଷେତ୍ରରୁ ଆସି ମାଆ ଆଗରେ ମୁଣ୍ଡ ନୁଆଁଉ ଥିବା ଦେଖିବାକୁ ମିଳିଛି । ଯେଉଁ ମାଆ ସବୁ ଦୁଃଖ ସହି ପଇଡ ବିକ୍ରି କରୁଛି ସେହି ମାଆ ନିକଟରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି ବୀର ଯବାନ ପୁଅ ।
ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ପଇଡ ବିକ୍ରି କରୁଛନ୍ତି। ଗ୍ରାହକ ମଧ୍ୟ ଆସି ପଇଡ ପିଉଛନ୍ତି । ସେହି ସମୟରେ ଜଣେ ଯବାନ ମୁହଁରେ ମାସ୍କ ଗୁଡାଇ ଆସି ପଇଡ ମାଗୁଛନ୍ତି । ମହିଳା ମଧ୍ୟ ନିଜ ଚାହିଦା ମୁତାବକ ପଇସ ଛଡାଉଛନ୍ତି । ଏହି ସମୟରେ ଉକ୍ତ ଯବାନ ଜଣକ ସାଲ୍ୟୁଟ କରୁଛନ୍ତି । ଏହାକୁ ଦେଖି ମହିଳା ଚମକି ପଡିବା ପରେ ଯବାନ ଜଣକ ମୁହଁରୁ ମାସ୍କ ଖୋଲୁଛନ୍ତି । ପୁଅର ଅଫିସର ପଣିଆକୁ ଦେଖି ମାଆ ଆଖିରୁ ମଧ୍ୟ ଲୁହ ଝରି ଆସୁଛି । ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି । ଏହି ସମୟରେ ମାଆର ସବୁ କଷ୍ଟ ଦୂରେଇ ଗଲା ଭଳି ମନେ ହେଉଛି ।
यह विडिओ देखकर पहले आपको गर्व होगा.. फिर आँख भर आएंगी ।
माँ नारियल पानी बेचती हैं.. बेटा फौज मे है, अचानक मास्क लगाए बेटा दुकान पर आता है,ग्राहक की तरह माँ से नारियल पानी माँगता है, माँ की तन्मयता देखिए और फिर बेटे का माँ को सलाम देखिए । 😍😍😍😍😍 pic.twitter.com/UFKeAgiPnd— Ashok Shrivastav (@AshokShrivasta6) November 20, 2024