ଜାନୁଆରୀ ୫ରେ ହେବ ଆସିଷ୍ଟାଣ୍ଟ କେମିଷ୍ଟ ଲିଖିତ ପରୀକ୍ଷା: OPSC ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ କେମିଷ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜାନୁଆରୀ ମାସ ୫ ତାରିଖ (ରବିବାର) ଦିନ ଆସିଷ୍ଟାଣ୍ଟ କେମିଷ୍ଟ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଦ୍ୱିପ୍ରହର ୧.୩୦ରୁ ୩ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର କଟକ ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ପରୀକ୍ଷା କେନ୍ଦ୍ରର ଭେନ୍ୟୁ ଓ ପରୀକ୍ଷାର ବିସ୍ତୃତ ପ୍ରୋଗ୍ରାମ ଜାରି କରାଯାଯିବ । ପ୍ରାର୍ଥୀମାନେ ନିୟମିତ ଭାବେ ଓପିଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।