ଭୁବନେଶ୍ୱର : ଚଳିତ ବର୍ଷ ୧୦ ହଜାର ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ମେଧାବୀ ଛାତ୍ରବୃତ୍ତି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖିଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଅନ୍ଲାଇନ୍ ମାଧ୍ୟମରେ ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ମାସ ୩୦ ତାରିଖ ଯାଏଁ ଛାତ୍ରବୃତ୍ତି ପାଇବାପାଇଁ ଆବେଦନ ପ୍ରକ୍ରିୟା ଜାରି ରହିବ ।