ହାଇଦ୍ରାବାଦ: ସାଉଦି ଆରବର ଜେଦାହ ସହରରେ ଆରମ୍ଭ ହୋଇଛି ଆଇପିଏଲ୍ର ମେଗା ନିଲାମୀ । ଦୁଇ ଦିନ ଧରି ଚାଲିବ ଏହି ମେଗା ନିଲାମୀ । ଏପଟେ ନିଲାମୀ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଛନ୍ତି ରିଷଭ ପନ୍ତ । ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । 27 କୋଟିରେ ପନ୍ତଙ୍କୁ କିଣିଲା ଲକ୍ଷ୍ନୌ । ଶ୍ରେୟସ ଆୟରଙ୍କୁ ଟପି ମହଙ୍ଗା ଖେଳାଳି ହେଲେ ପନ୍ତ । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ । ୨୬.୭୫ କୋଟିରେ ନିଲାମ ହୋଇଥିବା ଶ୍ରେୟସ ୨ୟ ଦାମୀ ଖେଳାଳି । ଶ୍ରେୟସଙ୍କୁ କିଣିଲା ପଞ୍ଜାବ ।
ଆଇପିଏଲ୍ ମେଗା ନିଲାମୀ-
ଅର୍ଶଦୀପ ସିଂ- ୧୮ କୋଟି
ଜସ୍ ବଟଲର୍- ୧୫.୭୫ କୋଟି
କାଗିସୋ ରବାଡ଼ା ୧୦ କୋଟି ୭୫ ଲକ୍ଷ- ଗୁଜରାଟ
ମହମ୍ମଦ ସାମୀଙ୍କୁ ୧୦ କୋଟିରେ କିଣିଲା SRH
ଡେଭିଡ ମିଲରଙ୍କୁ ୭.୫୦ କୋଟିରେ କିଣିଲା ଲକ୍ଷ୍ନୌ
ଚହଲଙ୍କୁ ୧୮ କୋଟିରେ କିଣିଲା ପଞ୍ଜାବ
ମହମ୍ମଦ ସିରାଜଙ୍କୁ ୧୨.୫ କୋଟିରେ କିଣିଲା ଗୁଜରାଟ
ସବୁଠୁ ଦାମୀ ଖେଳାଳି ପନ୍ତ-
ଭାରତୀୟ ବିସ୍ଫୋରକ, ଷ୍ଟାଇଲିସ୍ ତଥା ଷ୍ଟାର ଓ୍ବିକେଟ ବ୍ୟାଟର ରିଷଭ ପନ୍ତ ଆଜିର ଆଇପିଏଲ୍ ନିଲାମୀରେ 27 କୋଟିରେ ଲକ୍ଷ୍ନୌ ଟିମକୁ ବିକ୍ରି ହୋଇଛନ୍ତି । ଫଳରେ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି । ଆଜି ସାଉଦି ଆରବର ଜେଦାହରେ ଚାଲିଛି ଆଇପିଏଲ 2025 ମେଗା ଅକ୍ସନ ।
ଆୟର ଦ୍ବିତୀୟ ସବୁଠୁ ଦାମୀ ଖେଳାଳି-
ପନ୍ତଙ୍କ ପୂର୍ବରୁ ଆଇପିଏଲର ସବୁଠୁ ଦାମୀ ଖେଳାଳି କିଛି ସମୟ ପାଇଁ ହୋଇଥିଲେ ଶ୍ରେୟସ ଆୟାର । ତାଙ୍କୁ ପଞ୍ଜାବ କିଙ୍ଗ୍ସ 26.75 କୋଟି ଟଙ୍କାରେ କିଣିଛି । ଗତ ଥର ଆଇପିଏଲରେ ଆୟର କ୍ୟାପଟେନ ଭାବେ କେକେଆରକୁ ବିଜୟୀ କରିଥିଲେ । ଏହା ପୂର୍ବରୁ ସବୁଠୁ ଦାମି ଖେଳାଳି ଥିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ତାଙ୍କୁ ଗତଥର କେକେଆର 24.75 କୋଟିରେ କିଣିଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ଛାଡିବା ପରେ ପନ୍ତଙ୍କୁ ବର୍ତ୍ତମାନ କିଣିଛି ଲକ୍ଷ୍ନୌ ।
ନିଲାମୀ ସ୍ଥାନ ଏବଂ ପ୍ରକ୍ରିୟା-
ଦୁଇ ଦିନ ଧରି ସାଉଦି ଆରବର ଜେହାଦରେ ଚାଲିବ ଭାରତୀୟ ପ୍ରିମିୟର ଲିଗ ଆଇପିଏଲ 2025ର ମେଗା ନିଲାମୀ । ଯେଉଁଥିରେ 577 ଖେଳାଳିଙ୍କ ଲାଗିବ ନିଲାମୀ ବୋଲି । 367 ଜଣ ଭାରତୀୟ ଖେଳାଳି ଏବଂ 210 ଜଣ ବିଦେଶୀ ଖେଳାଳି ମେଗା ଅକ୍ସନରେ ସାମିଲ ହେବେ ।
ତେବେ ସମୁଦାୟ 1577 ଜଣ ଖେଳାଳି ଆଇପିଏଲ 2025 ମେଗା ଅକ୍ସନରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଥିଲେ । ଏପଟେ 10 ଟିମ୍ ପାଖରେ ସାମୁହିକ ଭାବେ ରହିଛି 204ଟି ଖାଲି ସ୍ଲଟ୍ । ଏଥିରେ 70 ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଖାଲି ରହିଛି ।
ବିକ୍ରି ହୋଇଥିବା ଖେଳାଳି
Trent Boult (12.50 crores), Naman Dhir (5.25 crores), Robin Minz (65 Lakh), Karn Sharma (50 Lakh)
4. Punjab Kings
Arshdeep Singh (Rs 18 crore) RTM, Shreyas Iyer (Rs 26.75 crore), Yuzvendra Chahal (Rs 18 crore), Marcus Stoinis (11 crores), Glenn Maxwell (INR 4.20 crores), Nehal Wadhera (4.20 crore), Harpreet Brar (1.50 crores), Vishnu Vinod (95 lakh), Vijaykumar Vyshak (1.80 crores), Yash Thakur (1.60 crore)
5. Royal Challengers Bengaluru
Liam Livingstone (8.75 crore), Phil Salt (11.50 crore) Jitesh Sharma (INR 11 crore), Josh Hazlewood (12.50 crore), Rasikh Dar (6 crores), Suyash Sharma (2.60 crore)
6. Rajasthan Royals
Jofar Archer (12.50 crore), Maheesh Theekshana (4.40 crore), Wanindu Hasaranga (5.25 crore), Akash Madhwal (1.20 crore), Kumar Kartikeya (30 Lakh)
7. Sunrisers Hyderabad
Mohammed Shami (10 Crore), Ishan Kishan (11.25 crore), Adam Zampa (2.40 crore), Rahul Chahar (3.20 crore), Harshal Patel (8 crores), Atharva Taide (30 lakh), Abhinav Manohar (3.20 crore), Simarjeet Singh (1.50 crore)
8. Gujarat Titans
Kagiso Rabada (10.75 crore), Jos Buttler (15.75 crore), Mohammed Siraj (12.25 crore), Prasidh Krishna (9.50 crore), Nishant Sindhu (30 Lakh), Mahipal Lomror (1.70 crore), Kumar Kushagra (65 Lakh), Anuj Rawat (30 lakh), Manav Suthar (30 lakh)
9. Delhi Capitals
Mitchell Starc (11.75 crore), KL Rahul (14 crore), Jake Fraser-McGurk (9 Crore) RTM, T. Natarajan (10.75 crore), Harry Brook (6.25 crore), Karun Nair (50 Lakh), Sameer Rizvi (95 Lakh), Ashutosh Sharma (3.80 crores), Mohit Sharma (2.20 crores)
10. Lucknow Super Giants
Rishabh Pant (27 crore), David Miller (7.50 crore), Aiden Markram (2 crore), Mitchell Marsh (3.40 crore), Avesh Khan (7.75 crore), Abdul Samad (4.20 crore), Aryan Juyal (30 Lakh),
ବିକ୍ରି ହୋଇନଥିବା ଖେଳାଳି