ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ବିପର୍ଯ୍ୟୟ ପରେ ଅଧ୍ୟକ୍ଷ ପଦ ଛାଡିଲେ ନାନା ପଟୋଲେ

ମୁମ୍ବାଇ– ମହାରାଷ୍ଟ୍ରରେ ଇଣ୍ଡିମେଣ୍ଟର ପରାଜୟ ପରେ କଂଗ୍ରେସର ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି । ପ୍ରଦେଶ ଅଧ୍ୟକ୍ଷ ନାନା ପଟୋଲେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୬ ସିଟରେ ବିଜୟ ହାସଲ କରିଛି । ସରକାର ଗଠନ ନ ହେଉଣୁ ନାନା ମହାଯୁତିକୁ ତାର ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ କହିଛନ୍ତି । ମୁଖ୍ୟତଃ ମହିଳାଙ୍କ ପାଇଁ ବିଜେପି ମେଣ୍ଟ କରିଥିବା ପ୍ରତିଶ୍ରୁତି ପୂରଣ କରିବାକୁ ନାନା କହିଛିନ୍ତି ।

ଚଳିତ ନିର୍ବାଚନରେ ଲଢେଇ ହେଉଥିଲା ମହାବିକାଶ ଅଘାଡି ଓ ମହାଯୁତି ମଧ୍ୟରେ । ୨୮୮ ସିଟରୁ ମହାଯୁତି ୨୩୦ ଭୋଟ ହାସଲ କରିଥିବା ବେଳେ ଏମଭିଏ ପାଇଛି ମାତ୍ର ୪୬ ସିଟ, ଯେଉଁଥିରେ କଂଗ୍ରେସକୁ ୧୬ ସିଟ ମିଳିଛି । କଂଗ୍ରେସର ଏହି ନୈରାଶ୍ୟଜନକ ହାର ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ନାନା ପଟୋଲେ ଇସ୍ତଫା ଦେଇଛନ୍ତି । ତେବେ ହାର ପାଇଁ ନିଜ ରଣନୀତିର ସମୀକ୍ଷା କରିବା ଉପରେ ପୁନର୍ବିଚାର କରିବାକୁ ସେ କହିଛନ୍ତି ।

ସେପଟେ ବିଜେପି, ଶିବସେନା ସିନ୍ଦେ, ଏନସିପି ଅଜିତ ମେଣ୍ଟ ମ୍ୟାଜିକ ନମ୍ବରଠାରୁ ବହୁ ଅଧିକ ଆଗରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଛି ସସ୍ପେନ୍ସ । ତଥାପି ଅଜିତଙ୍କ ଗୋଷ୍ଠିର ଚିଫ ହ୍ୱିପଙ୍କ ଦାବି କି ମହା ବିକାଶ ଅଘାଡି ମେଣ୍ଟରେ ବର୍ତ୍ତମାନ ହଲଚଲ ଲାଗିରହିଛି । ୪ ମାସରେ ଅନେକ ବିଧାୟକ ଦଳ ବଦଳାଇ ପାରନ୍ତି ।