(Breaking) ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ରାଜ୍ୟ ବଜେଟରୁ ସ୍ଥାନାନ୍ତର ପରି ପ୍ରସ୍ତାବ ରହିଛି ।

ମୁଖ୍ୟମନ୍ତ୍ରୀ ଆଜି ଉପସ୍ଥାପନ କରିଥିବା ଅତିରିକ୍ତ ବଜେଟରେ ପ୍ରଶାସନିକ ମୋଟ ବ୍ୟୟ ବାବଦକୁ ୧,୬୮୫ କୋଟି ରହିଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ମୋଟ ୧୦,୧୫୫ କୋଟି ବ୍ୟୟ, ବିପର୍ଯ୍ୟୟ ପ୍ରଶମନ ପାଇଁ ମୋଟ ୧୨୦ କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୯୬ କୋଟି ରହିଛି । ଅର୍ଥାତ୍ ମୋଟ ୧୨ହଜାର ୧୫୬ କୋଟି ବ୍ୟୟ ବରାଦ କରାଯାଇଛି ।

ଚଳିତ ଅତିରିକ୍ତ ବଜେଟରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିପରି ଧରତୀ ଆବା ଜନଜାତୀୟ ଗ୍ରାମ ଉକ୍ରର୍ଷ ଅଭିଯାନ ପାଇଁ ୯୨ କୋଟି ଟଙ୍କା ବ୍ୟାବସ୍ଥା ହୋଇଛି । ସବ ର୍ନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ ୧୪୨ କୋଟି ବ୍ୟବସ୍ଥା ହୋଇଛି । ସିଏପିଏଫ ମୁତୟନ ପାଇଁ ୨୯୯ କୋଟି, ପୋଲିସଷ୍ଟେସନ ଓ ଫାଣ୍ଡି ସିସିଟିଭି ବ୍ୟବସ୍ଥା ପାଇଁ ୫୧ କୋଟି, ୨୨ ଆଇଟିଆଇ ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି , ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ ୨୬ କୋଟି, ମହାପ୍ରଭୁ ଶ୍ରୀଜନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ ୫ କୋଟି ଓ ଅଗ୍ନିଶମ ସେବାର ଆଧୁନିକୀକରଣ ତଥା ସମ୍ପ୍ରସାରଣ ପାଇଁ ୬୦ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି ।