ଅଙ୍ଗନବାଡି କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ଗଞ୍ଜାମ- ଭିଜିଲାନ୍ସ ଜାଲରେ ସିଡିପିଓ । ଗଞ୍ଜାମ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପରେ ଲଗାମ ଖଞ୍ଜିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଆଙ୍ଗନାବାଡି କର୍ମୀଙ୍କ ଏରିଅର ଅର୍ଥ ରିଲିଜ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ସଂସ୍ଥା ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଜଣେ ଅଙ୍ଗନବାଡି କେନ୍ଦ୍ରର କର୍ଚାରୀଙ୍କ ଏରିୟର ଅର୍ଥ ରିଲିଜ କରିବାକୁ ୧୨ ହଜାର ଟଙ୍କା ମାଗିଥିଲେ । ଅଧିକାରୀଙ୍କ ଅବୈଧ ଦାବିକୁ ନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଅଭିଯୋଗକାରୀ ୧୨ ହଜାର ଟଙ୍କା ନେଇ ତାଙ୍କ ବେଗୁନିଆପଡା ଅଫିସରେ ଦେବା ବେଳେ ଆଗରୁ ସେଠାରେ ଛକି ବସିଥିବା ଅଧିକାରୀ ମାଡାମଙ୍କୁ ମାଡୁବସିଥିଲେ ।

ବାବୁଆଣୀଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ସନ୍ଧ୍ୟାରାଣୀଙ୍କ ତିନୋଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି । ତାଙ୍କ ବିରୋଧରେ ୨୦୧୮ଭିଜିଲାନ୍ସ ସଂଶୋଧନ ଆକ୍ଟରେ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଚାଲିଥିବା ବେଳେ ସନ୍ଧ୍ୟାରାଣୀଙ୍କ ନିକଟରୁ କେତେ ଆୟହିର୍ଭୂତ ସମ୍ପତି ଠାବ ହେଉଛି ତାହା ଦେଖିବାକୁ ବାକି ରହିଲା ।