ଆପଣଙ୍କୁ ଆବଶ୍ୟକତାଠୁ ଅଧିକ ଶୀତ ହେଉଛି କି, ଷ୍ଟଡି କହୁଛି ଶରୀରରେ ଥାଇପାରେ ଭୟଙ୍କର ସମସ୍ୟା

ଓଡିଶା ଭାସ୍କର- ଶୀତ ଋତୁ ଆସିଛି, ହେଲେ ଏମିତି କିଛି ଲୋକ ଅଛନ୍ତି ସେମାନେ ଆବଶ୍ୟକତାଠୁ ଅଧିକ ଶୀତ ଅନୁଭବ କରୁଥିବାରୁ ସ୍ୱେଟର, ଜ୍ୟାକେଟ ସବୁ କିଛି ପିନ୍ଧୁଛନ୍ତି । କାରଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଧିକ ଶୀତ ହୋଇଥାଏ । ଏହାକୁ ନେଇ ବିଜ୍ଞାନ କହୁଛି, ଏହା ଶରୀରରେ ହେଉଥିବା ଭିଟାମିନର କମିର ସଂକେତ । ତେବେ ଆସନ୍ତୁ ଜାଣିବା ଶରୀରରେ କି ଅଭାବ ପାଇଁ ବ୍ୟକ୍ତିଙ୍କୁ ଅଧିକ ଥଣ୍ଡା ହୁଏ ।
ଏହା ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବାକୁ ଥର୍ମୋରଗ୍ୟୁଲେସନ କୁହାଯାଏ । ଭିଟାମିନ ଓ ଭିଟାମିନ ଓ ନ୍ୟୁଟ୍ରିଏଣ୍ଟ୍ର ଅଭାବ, ଯେମିତିକି ଆୟରନ, ଭିଟାମିନ ବି୧୨, ଫୋଲେଟର କମ ହେଲେ ଏହି ତାପମାତ୍ରା ସନ୍ତୁଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ଫଳରେ ଶରୀରର ଉତ୍ତାପ ସୃଷ୍ଟି କରିବା କ୍ଷମତା ହ୍ରାସପାଏ ଓ ଥଣ୍ଡା ହୋଇଥାଏ ।
ଏହି ସମସ୍ୟାର ସମାଧାନ ପାଇଁ ଆୟରନ, ହିମୋଗ୍ଲୋବିନର ସନ୍ତୁଳନ ବଜାୟ ରଖିବା ଜରୁର ରେଡ ବ୍ଲଡ ସେଲ୍ସରେ ଉପସ୍ଥିତ ପ୍ରୋଟିନ ଅଛି ଓ ଶରୀରରେ ଅକ୍ସିଜେନ ପହଞ୍ଚାଇବା କାମ କରୁଛି । ଯଦି ଅକ୍ସିଜେନ ସଠିକ ଭାବେ ନ ପହଞ୍ଚେ, ତେବେ ଆପଣଙ୍କ ମାଂଶପେଶୀ, ଟିଶୁ ଶରୀରରେ ଉତାପ ସୃଷ୍ଟି କରିପାରେ ନାହିଁ । ଏହାକୁ ଆଇରନ ଡେଫିସିଏସନ୍ସି ଏନିମିୟା କୁହାଯାଏ, ଯେଉଁ କାରଣରୁ ଥଣ୍ଡା ଅନୁଭୂତ ହୁଏ । ଥକାପଣ ଓ କମଜୋରି ପରି ସମସ୍ୟା ଦେଖାଦିଏ ।
ଜ ଲେନ୍ସେଟ ହେମାଟୋଲୋଜିର ଏକ ଷ୍ଟଡିରେ ମିଳିଛି କି, ଆଇରନର ଅଭାବ ଥିବା ଲୋକଙ୍କ ରକ୍ତରେ ଅକ୍ସିଜେନର ପ୍ରବାହ କମ ହେବା କାରଣରୁ ଅଧିକ ଥଣ୍ଡା ହୋଇଥାଏ । ସେହି ପରି ଭିଟାମିନ ବି ରେଡ ସେଲ୍ସ ଓ ମସ୍ତିଷ୍କର ଉପଯୁକ୍ତ କାମରେ ସହାୟକ ହୋଇଥାଏ । ଏହାର ଅଭାବ ପାଇଁ ଶରୀରରେ ସୁସ୍ଥ ରେଡ ସେଲ ଉତ୍ପନ୍ନ ହୋଇନଥାଏ । ଏହି ସବୁ ଅଭାବ ଦୂର କରିପାରିଲେ ଶରୀରର ଉତାପ ସୃଷ୍ଟିକାରୀ ଶକ୍ତି ବୃଦ୍ଧି ହେବା ସହ ଶରୀରକୁ ଅଧିକ ଶୀତ ହେବନାହିଁ ।