UPI ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ! ଗୋଟିଏ ବର୍ଷରେ ୪୮୫ କୋଟି ଟଙ୍କା ଠକେଇର ବଡ଼ ଖୁଲାସା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଏବଂ ଇଣ୍ଟରନେଟର ବ୍ୟବହାର ବଢିବା ପରେ ଭାରତରେ ଡିଜିଟାଲ ପେମେଣ୍ଟ ଖୁବ ଜୋରରେ ବଢିଛି । ପ୍ରତି ବର୍ଷ ୟୁପିଆଇ ଜରିଆରେ ଅନଲାଇନ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଡିଜିଟାଲ ପେମେଣ୍ଟ ଆମକୁ ଯେତିକି ସୁବିଧା ଦେଇଛି, ସେତିକି ମଧ୍ୟ କ୍ଷତି ହୋଇଛି । ଡିଜିଟାଲ ପେମେଣ୍ଟ ଆସିବା ପରେ ଅନଲାଇନ ସ୍କାମ ଏବଂ ଫ୍ରଡ ମାମଲା ବୃଦ୍ଧି ଘଟିଛି । ଯଦି ଆପଣ ୟୁପିଆଇର ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ, ଆସନ୍ତୁ ଜାଣିବା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତବାସୀ ୟୁପିଆଇ ପେମେଣ୍ଟସରେ ଅନଲାଇନ ଫ୍ରଡରେ ପାଖାପାଖି ୪୮୫ ଟଙ୍କା ହରାଇଛନ୍ତି । ଅର୍ଥ ମନ୍ତ୍ରାଳୟର ସଂଖ୍ୟା ଆଧାରରେ ୟୁପିଆଇ ଜରିଆରେ ଠକେଇର ମାମଲା ୬ ଲକ୍ଷ ୩୨ ହଜାର ଘଟଣାମାନ ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଏହି ଡାଟା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜାରି ହୋଇଛି । ସେହିପରି ଆର୍ଥିକ ବର୍ଷ ୨୦୨୨-୨୩ରେ ପାଖାପାଖି ୨୭ ଲକ୍ଷ ଲୋକଙ୍କ ସହ ଅନଲାଇନ ପେମେଣ୍ଟକୁ ନେଇ ଠକେଇ ହୋଇଛି । ଏଥିରେ ପାଖାପାଖି ୨୧୪୫ କୋଟି ଟଙ୍କା ହରାଇଛନ୍ତି । ଯଦି ଆର୍ଥିକ ବର୍ଷ ୨୦୨୩-୨୪ କଥା ଦେଖିବା ତେବେ ଏହି ବର୍ଷ ସମୁଦାୟ ୧୦୮୭ କୋଟି ଟଙ୍କାର ଠକେଇ ହୋଇଥିଲା ।